ଛାତି ଥରାଇ ଦେଇଛି ପାରାଦୀପ ମାଛଧରା ବନ୍ଦର ଅଗ୍ନିକାଣ୍ଡ

ଛାତି ଥରାଇ ଦେଇଛି ପାରାଦୀପ ମାଛଧରା ବନ୍ଦର ଅଗ୍ନିକାଣ୍ଡ l ଗୋଟିଏ ବୋଟ ରେ ନିଆଁ ଲାଗିବା ପରେ ଅନେକ ବୋଟ ଜଳି ପୋଡି ପାଉଁଶ ହୋଇଯାଇଛି l କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଟମାଲିକ l ଅନେକ ବୋଟ ର ମାଲିକ ମୁଣ୍ଡରେ ହାତଦେଇ ବସି ରହିଛନ୍ତି,କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହି ଅଗ୍ନିକାଣ୍ଡ ରୁ ନିଜର ବୋଟ କୁ କିପରି ନିଆଁ ମୁହଁରୁ ବଞ୍ଚାଇ ପାରିବେ ଏ ନେଇ ପ୍ରୟାସ କରିଥିଲେ ମଧ୍ୟ ନିଜ ବୋଟ କୁ ନିଆଁ କବଳରୁ ରକ୍ଷା କରିପାରିନାହାନ୍ତି l ଏହି ବୋଟ ବ୍ୟବସାୟ ଉପରେ ନିର୍ଭର କରି ପରିବାର ଚଳାଉଥିବା ବୋଟ ମାଲିକ ଓ କର୍ମଚାରୀ ମାନେ ବର୍ତମାନ ଅନିଶ୍ଚିତତା ଭିତରେ ଗତି କରିବା ସହିତ ସରକାର ଚାହିଁଲେ ଆମେ ବଞ୍ଚିବୁ ନ ହେଲେ ଆମର ସର୍ବସ୍ବ ଉଜୁଡି ଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବୋଟ ମାଲିକ l ତେବେ ନିଆଁ ର ଭୟାବହତା ଏପରି ରହିଥିଲା ଯାହାକୁ ଆୟତ୍ତ କରିବାକୁ ଦଶଟିରୁ ଉର୍ଧ୍ୱ ଅଗ୍ନିଶମ ବିଭାଗ ର ଦମକଳ ଗାଡି ନିୟୋଜିତ ରହିଥିଳେ ମଧ୍ୟ ବିଳମ୍ବିତ ରାତ୍ରିରେ ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଥିଲେ l ହେଲେ ନିଆଁର କରାଳ ଗ୍ରାସ ଅନେକ ମାଲିକ ମାନଙ୍କୁ କରିଦେଇଛି ସର୍ବସ୍ୱାନ୍ତ l କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ ଚଳାଇଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟଉତ୍ପାଦକ ସଂଘ ର କର୍ମକର୍ତ୍ତା ମାନେ l
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )