March 7, 2025

ପୁରୀରେ ଧାର୍ମିକ ପରିବେଶ ରେ ଶ୍ରୀଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ଅନୁଷ୍ଠିତ ..

Share

ସନାତନ ସଂସ୍କୃତିରେ ଯଜ୍ଞ ପରମ୍ପରା ସ୍ୱତନ୍ତ୍ର। ସମଗ୍ର ମାନବ ଜାତି, ଜୀବ ମଣ୍ଡଳ ତଥା ପ୍ରକୃତି ପରିବେଶର କଲ୍ୟାଣ ପାଇଁ ଯଜ୍ଞ ଏକ ପବିତ୍ର ଆୟୋଜନ। ତେବେ ଶରୀର, ମନ, ଆତ୍ମାର ପବିତ୍ରତା ତଥା ବାୟୁମଣ୍ଡଳର ଶୁଦ୍ଧିକରଣ ପାଇଁ ପୂଜନନା ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ଆୟୋଜନ କରାଯାଉଛି। ଚାରିଧାମ ମଧ୍ୟରେ ଅନ୍ୟତମ ଆମ ଶ୍ରୀକ୍ଷେତ୍ର ପୁରୀ ଗିରଳ ଛକ ଠାରେ ୯ ଦିନ ଧରି ଏହି ମହାଯଜ୍ଞ ଅନୁଷ୍ଠିତ ହେଉଛି।

ପ୍ରଥମ ଥର ପାଇଁ ପୁରୀରେ ଏହି ମହା ଆୟୋଜନ। ୧୨ ଲକ୍ଷ ମନ୍ତ୍ର ଜପ, ୧ ଲକ୍ଷ ୨୦ ହଜାର ଆହୁତି, ୨୫ କ୍ୱିଣ୍ଟାଲ ଶୁଦ୍ଧ ଗାଈ ଘିଅ, ୨୫ ଗୋଟି ଯଜ୍ଞ କୁଣ୍ଡ, ୧୫୧ ଯାଙ୍ଗିକ ବ୍ରାହ୍ମଣ, ପ୍ରତ୍ୟେହ ବେଦ ପାରାୟଣ ଏବଂ ହନୁମାନ ଚାଲିଶା ଓ ସୁନ୍ଦରକାଣ୍ଡ ପଠନ ଯଜ୍ଞସ୍ଥଳରେ ବିଜ୍ଞାନିକଙ୍କ ଦ୍ୱାରା ବାୟୁର ମାନ ନିର୍ଦ୍ଧାରଣ, ପୂଜ୍ୟ ସାଧୁ ସନ୍ଥ, ପ୍ରବଚକ ଏବଂ ଗୋ ସେବକ ସମ୍ମିଳନୀ, ମାତୃ ସମ୍ମିଳନୀ ତୀର୍ଥରାଜା ମହୋଦଧିରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ସ୍ନାନ ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ଅନ୍ତର୍ଗତ ଆଖଡ଼ା ପରମ୍ପରାର ପ୍ରଦର୍ଶନ। ମହାଯଜ୍ଞ ଅବସରରେ ଏହି ଭବ୍ୟ ଆୟୋଜନରେ ସାରା ପରିବେଶ ହୋଇ ଉଠିଛି ଆଧ୍ୟାତ୍ମିକମୟ।

ସଂସ୍କୃତି ପରମ୍ପରା ଏବଂ ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତି ଅନୁଯାୟୀ ଅନୁଷ୍ଠିତ ହେଉଛି ଏହି ମହାଯଜ୍ଞ। ସ୍ୱତନ୍ତ୍ର ଯାଙ୍ଗିକ ବ୍ରାହ୍ମଣ ସହ ଉପସ୍ଥିତ ରହୁଛନ୍ତି ସ୍ୱତନ୍ତ୍ର ବୈଜ୍ଞାନିକ ମଣ୍ଡଳୀ।

ଧାର୍ମିକ ଏବଂ ବିଜ୍ଞାନିକ ଉଭୟ ଦୃଷ୍ଟିକୋଣରୁ ବିଚାର କଲେ ଆପଣଙ୍କର ଶରୀର ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଯଜ୍ଞ ବେଶ ଫଳପ୍ରଦ।

ଶ୍ରଦ୍ଧା ଓ ଶୁଦ୍ଧତାର ମିଳନ ହିଁ ଏହି ଯଜ୍ଞର ବିଶେଷତା। ପୂଜାନନା ଫାଉଣ୍ଡେସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଇଛି। ଯଜ୍ଞରେ ବ୍ୟବହୃତ ପ୍ରତ୍ୟେକଟି ପୂଜା ସାମାଗ୍ରୀ ଯଥା ଘିଅ, କର୍ପୁର, ଝୁଣା ଠାରୁ ଆରମ୍ଭ କରି ହୋମ କାଠ ଏବଂ ବସ୍ତ୍ରର ବ୍ୟବହାର ସ୍ୱଚ୍ଛତା ଏବଂ ଶୁଦ୍ଧତା ହିଁ ପ୍ରାଥମିକତା ରହିଛି। ବୈଜ୍ଞାନିକ ପଦ୍ଧତି ଏବଂ ଶୁଦ୍ଧତାର ସମନ୍ୱୟରେ ଯଜ୍ଞ ହୋଇଛି ଧୁମ୍ର ଶୂନ୍ୟ। ସଂସ୍କୃତି, ସ୍ବାସ୍ଥ୍ୟ, ଓ ପରିବେଶର ସୁରକ୍ଷା ଓ ସୁନ୍ଦରତା ସହ ଆମ ସର୍ବପୁରାତନ ସନାତନ ଧର୍ମର ମହାନୀୟତାକୁ ପ୍ରତିପାଦନ କରୁଛି ପୂଜାନନା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ।

ଅନେକ ପୁଣ୍ୟାତ୍ମା ଆଧ୍ୟାତ୍ମିକତାର ଏ ଅପୂର୍ବ ଅବସରରେ ସାମିଲ ହେବାର ପରମ ସୌଭାଗ୍ୟ ଅର୍ଜନ କରିଛନ୍ତି। ଏବେ ଆପଣଙ୍କ ପାଳି। ଆପଣ ମଧ୍ୟ ଏହି ଯଜ୍ଞରେ ସାମିଲ ହୋଇ ପାରିବେ। ଯଜମାନ ହୋଇ ପାରିବେ। ପୁଣ୍ୟାତ୍ମାମାନେ ପବିତ୍ର ଯଜ୍ଞରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୁଅନ୍ତୁ , ଦାନଧର୍ମ ପାଇଁ ଆଗେଇ ଆସନ୍ତୁ। ଯଜମାନ ହେବାର ସୌଭାଗ୍ୟ ଲାଭବକରିବା ସହ ମା’ଙ୍କ ଆଶୀର୍ବାଦ ଲାଭ କରନ୍ତୁ। ଆପଣଙ୍କ ପ୍ରତ୍ୟେକଟି ଦାନ ପବିତ୍ର ମହାଯଜ୍ଞରେ ଲାଗିବ, ପ୍ରତ୍ୟେକଟି ଦାନ ସମସ୍ତଙ୍କ କଲ୍ୟାଣ ପାଇଁ ହେଉଥିବା ଏହି ମହାଯଜ୍ଞରେ ମା’ଲକ୍ଷ୍ମୀ, ବ୍ରାହ୍ମଣ, ବୈଷ୍ଣବ ଏବଂ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଆପଣଙ୍କର ଦାନ ଏବଂ ସହଯୋଗ ଜଗତର କଲ୍ୟାଣ ଏବଂ ଧାର୍ମିକ ଆନନ୍ଦକୁ ବୃଦ୍ଧି କରିବ। ମା’ ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କ ଜୀବନକୁ ଆହୁରି ସୁଖ ମୟ ଓ ସମୃଦ୍ଧିମୟ କରିବ।

You may have missed