May 10, 2026

ଉମରକୋଟ ଠାରେ ମହା ସମାରୋହରେ ବିଜୁବାବୁ ଜନ୍ମଦିନ ପାଳନ………..

IMG-20250305-WA0060
Share

 

 

ଉମରକୋଟ (ଏମ୍.ଦିନା°ଶୁ ଆଚାରୀ):-ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଆଡମ୍ବର ସହ ପାଳନ ହୋଇଯାଇଛି। ସରକାରଙ୍କ ନିର୍ଦେଶ ଅନୁସାରେ ବିଦ୍ୟାଳୟ ଛୁଟି ନରହି ପାଠ ପଢା ସହ ବିଜୁ ବାବୁଙ୍କ ଜନ୍ମଦିନ ପାଳନ ହୋଇଛି। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ବାବୁରାମ ସାହୁ ସଭା ପରିଚାଳନା କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀଙ୍କୁ ବିଜୁ ବାବୁଙ୍କ ଜୀବନର ଆଦର୍ଶତା ଓ ଦେଶ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ବ୍ୟକ୍ତିତ୍ୱକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସହକାରୀ ଶିକ୍ଷକ, ମିହିର ରଞ୍ଜନ ପଣ୍ଡା, ବିଶ୍ୱ ରଞ୍ଜନ ମୁଦୁଲି, ଯୋଗେଶ୍ୱର ମାଝୀ, ଅର୍ଜୁନ ମହାରଣା, ପବିତ୍ର ଢ଼ାଲି, ସ୍ଵପ୍ନେଶ୍ଵର ନାୟକ, ଜୋତିର୍ମୟ ଘରାମି, ପରେଶ ମହାପାତ୍ର ଓ ସହକାରୀ ଶିକ୍ଷୟିତ୍ରୀ ରୋଜିସ୍ମିତା ରାଉଳ, ଅଙ୍କିତା ବେହେରା, ଟୁନିପ୍ରଭା ସୁତାର,ମମତା ସାହୁ ସଭା କାର୍ଯ୍ୟରେ ସହଯୋଗ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ରଞ୍ଜୀତ ମଜମୁଦାର ଧନ୍ୟବାଦ ଅର୍ପଣ କରିଥିଲେ।