May 10, 2026

ବିଜୁ ପଟ୍ଟନାୟକ ୧୦୯ ତମ ଜୟନ୍ତୀ ଆଡମ୍ବର ସହ ପାଳିତ ..

IMG-20250305-WA0015
Share

 

ମୋହନା(ସନ୍ତୋଷ ଗୌଡ଼) ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଗଜପତି ଜିଲ୍ଲା ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କ ସଭାପତିତ୍ବ ରେ ମୋହନା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳନ ହୋଇଯାଇଛି।ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଦଳୀୟ କର୍ମୀ ଓ ନେତା ଏକତ୍ରିତ ହୋଇ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଥିବା ଅତିଥି ମାନେ ମାଲ୍ୟାପର୍ଣ୍ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗଜପତି ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ସଭାପତି ଜଗବନ୍ଧୁ ଦାସ ଙ୍କ ନେତୃତ୍ବ ରେ ବିଜୁ ଯୁବ ପ୍ରେମୀ ଏକତ୍ରିତ ହୋଇ ବିଜୁ ପଟ୍ଟନାୟକ ଅମର ରହେ ନାରା ଦେଇଥିଲେ। ପରେ ପରେ ଶ୍ରୀ ଦାସ ଙ୍କ ପୌରହିତ୍ୟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭାରେ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆର.ଉଦୟଗିରି, ନୂଆଗଡ ବ୍ଲକ ଗୁଡ଼ିକର ଜିଲ୍ଲା ପରିଷଦ ସଭ୍ୟ, ପୂର୍ବତନ ସଭ୍ୟ ବ୍ଲକ ଅନେକ ସରପଞ୍ଚ, ସମିତି, ମହିଳା କର୍ମୀ, ଏବଂ ବିଜୁ ପ୍ରେମୀ ଯୋଗ ଦେଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜେମସ ରାଇକା, ବିଜୁ ବାବୁଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ରେ ପରିଚାଳିତ ବିଜୁ ଜନତା ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ସମସ୍ତେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଲୋକଙ୍କ ସେବା କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଏହି ଜୟନ୍ତୀ ସଭାରେ ହଡ଼ିଆ କନ୍ଧ, ଝୁମୁରି ବିର, ପ୍ରକାଶ ନାୟକ, ଶିବ ସାହୁ, ଭାସ୍କର ସାହୁ, ବିଳାସ ନାୟକ, ରାଜେନ୍ଦ୍ର କୁମାର ରଣସିଂହ, ସୁନୀତା ଦଳବେହେରା, ରିନା ପ୍ରଧାନ, ରାମ ଦଳବେହେରା ଙ୍କ ସମେତ ଶତାଧିକ ବିଜୁ ପ୍ରେମୀ ଉପସ୍ଥିତ ରହି ଜୟନ୍ତୀ ପାଳନ କରିଥିଲେ।