May 10, 2026

ସ୍କୁଟିରୁ ଖସି ଟ୍ରକ ଚାପାରେ ବୃଦ୍ଧାଙ୍କ ମୃତ୍ଯୁ

IMG-20250302-WA0021
Share

 

ବୁଗୁଡା : ତା ୦୨/୦୩/୨୫ : ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଓ ସଙ୍ଗମ ହୋଟଲ ସମ୍ମୁଖସ୍ଥ ମୁଖ୍ୟରାସ୍ତାରେ ଟ୍ରକ ଚାପାରେ ଜନୈକା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତା ଜଣକ ହେଲେ ବୁଗୁଡା ବ୍ଲକ କାନକୁଟୁରୁ ଗ୍ରାମର ବିନାୟକ ସାହୁଙ୍କ ପତ୍ନୀ କନକ ସାହୁ (୬୧)। ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ କନକ ବନ୍ଧୁଘର ବୁଗୁଡାକୁ ଆସି ସେଠାରୁ ତାଙ୍କ ଭାଇଙ୍କ ସ୍କୁଟିରେ ବସି ଗାଁକୁ ଫେରୁଥିବା ବେଳେ ସ୍ଥାନୀୟ ସଙ୍ଗମ୍ ହୋଟଲ ସମ୍ମୁଖ ମୁଖ୍ୟ ରାସ୍ତାରେ ସ୍କୁଟିରୁ ହଠାତ୍ ଖସି ପଡିଥିଲେ ଏବଂ ପଛରେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକର ଚକାତଳେ ଚାପି ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିଲା ଏବଂ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ସମ୍ପୃକ୍ତ ଟ୍ରକ(ନଂ ଓଆର୍ – ୦୭ ଏଲ୍ ୧୨୫୭)ଟିକୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।