ଖବର ଆଜିର
*ଖବର ଆଜିର*
*ତାରିଖ ୦୨/୦୪/୨୩, ରବିବାର*
*୧-ଉତ୍କଳ ଦିବସ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ।*
*୨-ଏପ୍ରିଲ ୩ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହେବ।ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହେବ ବୋଲି ଘୋଷଣା କରାଯାଇଛି।*
*୩-ଭୁବନେଶ୍ୱର ବାସିନ୍ଦାଙ୍କୁ ଉତ୍କଳ ଦିବସ ଭେଟି, ମେଟ୍ରୋ ରେଳ ପ୍ରୋଜେକ୍ଟକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*
*୪-୮୮ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ,ଷଷ୍ଠ ବାଟାଲିୟନ, କଟକଠାରେ ପାଳିତ।*
*୫-ଆଜିଠୁ ପାଗରେ ହେବ ପରିବର୍ତ୍ତନ , ବର୍ଷା କମିବା ସହ ଉତ୍ତାପ ବଢିବ।*
*୬-ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।୧୦୦ ବର୍ଷର ସ୍ୱତନ୍ତ୍ର ଓଡିଶାରେ ଆମେ ଗଢିବା ‘ଶ୍ରେଷ୍ଠ ଓଡିଶା, ସଶକ୍ତ ଓଡିଶା:ମୁଖ୍ୟମନ୍ତ୍ରୀ।*
*୭-ଭୁବନେଶ୍ୱର:ଜମିକୁ କବ୍ଜା କରୁଥିବା ଗ୍ୟାଙ୍ଗ୍କୁ ଡିସିପିଙ୍କ ଚେତାବନୀ, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।*
*୮-ବିଧାୟକଙ୍କ ନିଆରା ଉଦ୍ୟମ,ପ୍ରତିଭା ଭବନ ପରିସରରେ, ମାହାଙ୍ଗାର ୧୨ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ।*
*୯-ଅଣ ହଲମାର୍କ ସୁନା ଗହଣା ବିକ୍ରିରେ ଲାଗିଛି ରୋକ୍ । କେବଳ ୬ ଅଙ୍କ ବିଶିଷ୍ଟ HUID ଥିବା ସୁନା ଗହଣା ବିକିପାରିବେ ଦୋକାନୀ।*
*୧୦-ଓଡ଼ିଶା ଦିବସ: କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେଲେ ୪୩ ଲକ୍ଷରୁ ଅଧିକ ଚାଷୀ।*
*୧୧-ବିକଶିତ ହେବ ମଧୁବାବୁଙ୍କ ଜନ୍ମ ପୀଠ ଓ କର୍ମଭୂମି।୧୫ ଫୁଟ୍ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ।*
*୧୨-ବଲାଙ୍ଗିର ଜାଲ୍ ସାର୍ଟିଫିକେଟର ଚେର ଖୋଜିବ କ୍ରାଇମବ୍ରାଞ୍ଚ, ଡିଏସପି DS ଚକ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ପହଞ୍ଚିଲେ।*
*୧୩-୫ ଶିଳ୍ପ ପ୍ରକଳ୍ପକୁ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ, ନିବେଶ ହେବ ମୋଟ୍ ୩୫ ହଜାର ୭୬୦ କୋଟି ଟଙ୍କା।*
*୧୪-କୋଟିଆ ମାଟିରେ ପଶିପାରିବନି ଆନ୍ଧ୍ର, କଡ଼ା ଚେତାବନୀ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।*
*୧୫-ଭାରତକୁ ବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ, ମୋହନାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସମ୍ମିଳନୀ।*
*୧୬-ଉତ୍ପାଦନ କେନ୍ଦ୍ର ମରାମତି ହେବନି, ଗ୍ରୀଷ୍ମରେ ମିଳିବ ନିରବଚ୍ଛିନ୍ନ ବିଦ୍ୟୁତ୍।*
*୧୭-ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ତାତି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହେମାନନ୍ଦ ବିଶ୍ୱାଳଙ୍କ ଝିଅ କଂଗ୍ରେସ ପ୍ରାର୍ଥୀ ହେବା ନେଇ ବଢିଲା ଚର୍ଚ୍ଚା।*
*୧୮-ଆଇଏମଡିର ଆକଳନ । ଚଳିତବର୍ଷ ସମସ୍ତ ରେକର୍ଡ ଭାଙ୍ଗିବ ତାତି, ଏପ୍ରିଲରୁ ଜୁନ ଯାଏଁ ଦେଶର ଅଧିକାଂଶ ସ୍ଥାନରେ ସାମାନ୍ୟଠୁ ଅଧିକ ରହିବ ଗ୍ରୀଷ୍ମ ପ୍ରବାହ।*
*୧୯-ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ, ବଢିଲା ପକେଟ୍ ଖର୍ଚ୍ଚ । ପ୍ରଥମ ଦିନରେ ଶହେ ଟଙ୍କା କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍।*
*୨୦-ଦୁଇ ମୁଠା ଦାନା ପାଇଁ ଡହଳ ବିକଳ ପାକିସ୍ତାନ । ମାଗଣା ଅଟା ବଣ୍ଟନ ବେଳେ ଦଳାଚକଟା, ଗଲାଣି ୧୨ଜଣଙ୍କ ଜୀବନ।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*