April 26, 2026

ଉତ୍କଳ ଦିବସ ପାଳନ ଅବସରରେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

IMG-20230402-WA0000
Share

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଉତ୍କଳ ଦିବସ ପାଳନ ଅବସରରେ ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପୋଇରାଶୀ ପଞ୍ଚାୟତର ତାରିଣୀ ପଲ୍ଲୀ ପଥର କୁଆଁରୀ ଖେଳ ପଡିଆ ପରିସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। ପରସ୍ପର ମଧ୍ୟରେ ପ୍ରେମ ଏକତା ଓ ଭାଇଚାରା ବଜାଇ ରଖିବା ସହ ଗଠନ ମୂଳକ କାର୍ଯ୍ୟକ୍ରମ ରେ ସକ୍ରିୟ ରହିବା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାର ଯୁବ ବ୍ୟାପାର ଓ କ୍ରିଡ଼ା ବିଭାଗ ନେହେରୁ ଯୁବ କେନ୍ଦ୍ର ଅନୁବନ୍ଧିତ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆୟୋଜିତ ମ୍ୟାଚରେ ତାରିଣୀ ପଲ୍ଲୀ ଗ୍ରାମର ଗ୍ରାମ୍ୟ ସଭାପତି ଶ୍ରୀ ଚୈତନ୍ୟ ରେଡ଼ି, ୟୁଥ୍ ଫର୍ ଭିଲେଜ୍ ସଭାପତି ଶ୍ରୀ କୈଳାଶ ସେଠୀ, ସମ୍ପାଦକ ଶ୍ରୀ ସୁନିଲ ସେଠୀ, ଉପଦେଷ୍ଟା ଶ୍ରୀ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଦଳ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହ ସମ୍ପାଦକ ବାବୁ ବିରଞ୍ଚି ନାରାୟଣ ନାହାକ,ଗଗନ କୁମାର ସାହୁ ଓ ଉପସଭାପତି ଶ୍ରୀ ଜଗନ୍ନାଥ ସେଠୀ ପ୍ରମୁଖ ସଂଯୋଜନା କରିଥିଲେ। ଏହି କ୍ରିଡ଼ା ପ୍ରତିଯୋଗିତାରେ ୟୁଥ୍ ଫର୍ ଭିଲେଜ୍ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।