June 23, 2026

ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ରାୟଗଡ଼ ବ୍ଲକ ଅନ୍ତର୍ଗତ ମଣ୍ଡଳସାହି ବଜାରପ୍ରାଙ୍ଗଣ ସମ୍ମୁଖରେ ୮୮ତମ ଉତ୍କଳ ଦିବସ ପାଳିତ

IMG-20230402-WA0006
Share

 

ପାରଳାଖେମୁଣ୍ଡି:୨/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଜନ ଶିକ୍ଷା ସଂସ୍ଥାନ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ବ୍ଳକ ପୋଲାର ପଞ୍ଚାୟତ ଅଧିନସ୍ଥ ମଣ୍ଡଳ ସାହି ବଜାର ପ୍ରାଙ୍ଗଣ ରେ ୮୮ ତମ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ଅମ୍ବିକା ନାୟକ, ଡମ୍ବାକ ସରପଞ୍ଚ ବିଶ୍ଵନାଥ ଭୂୟାଁ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୈାଭାଗ୍ୟ ସ୍ତୃତି ରଞ୍ଜନ ତ୍ରିପାଠୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସୁନାରାମ ସିଂ, ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ମହେଶ୍ୱର ମଣ୍ଡଳ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉତ୍କଳ ଦିବସ ର ମହତ୍ଵ, , ସ୍ବତନ୍ତ୍ର ପ୍ରଦେଶ ଗଠନରେ ବର ପୁତ୍ର ମାନଙ୍କ ଅବଦାନ ଏବଂ ବିଶେଷ କରି ବର୍ତ୍ତମାନ ସମୟରେ ଯୁବ ବର୍ଗ କୌଶଳ ଦକ୍ଷତା ବୃଦ୍ଧି ସହିତ ସମୟ ର ସଦୁପଯୋଗ କରି ସ୍ଵର୍ଣ୍ଣମ ଭବିଷ୍ୟତ ଗଠନ ନିମନ୍ତେ ଅଗ୍ରସର ହେବା ଦିଗରେ ଆଲୋକପାତ କରିଥିଲେ । ଜନ ଶିକ୍ଷା ସଂସ୍ଥା ଦ୍ଵାରା ୮୦ ଜଣ ତାଲିମ ପ୍ରାପ୍ତ (କମ୍ପ୍ୟୁଟର ଏବଂ ସିଲେଇ) ଯୁବତୀ, ଯୁବକ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ! ସ୍ଥାନୀୟ ଜନସାଧାରଣ ଏହି ସମାରୋହରେ ଆଗ୍ରହର ସହିତ ସହଯୋଗ କରିଥିଲେ । ଏହି କାର୍ଯ୍ୟ କୁ ନିର୍ଦ୍ଦେଶକ ଜୀବନ ଦାସ୍ ଏବଂ ସହ କାର୍ଯ୍ୟକ୍ରମ ଅଧିକାରୀ ମୃତ୍ୟୁଞ୍ଜୟ ପାଇକ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମ ଅଧିକାରୀ ଭେଙ୍କେଟେଶ ସେନାପତି ଏବଂ ଆକାଉଣ୍ଟ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ
ସେହିପରି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୮୮ ତମ ଉତ୍କଳ ଦିବସ ଅତି ଯାକ ଜମକରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ମହାପୁରୁଷଙ୍କ ବେଶ ପକାଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ଛକ ସ୍ଥିତ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ନଗର ପରିକ୍ରମା କରି ଗାନ୍ଧୀ ଛକ ସ୍ଥିତ ମହାରାଜା ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶୋଭଯାତ୍ରାଟି ବିଦ୍ୟାଳୟରେ ସମାପ୍ତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ନିର୍ଦ୍ଦେଶନାରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା ।

You may have missed