April 26, 2026

ଜିଲ୍ଲା ବିଜେଡ଼ି ସଭାପତି ଙ୍କ ଚୁଡ଼ଙ୍ଗପୁର ପଞ୍ଚାୟତ ଗସ୍ତ

IMG-20230327-WA0051
Share

 

 

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଚୁଡ଼ଙ୍ଗପୁର ପଞ୍ଚାୟତର ଗୁମିଗୁଡ଼। ଠାରେ ଇଷ୍ଟ ଇଣ୍ଡିଆ ର ପାଳକ ମାନଙ୍କ ଦ୍ୱାରା ନୁତନ ଜିଲ୍ଲା ବିଜେଡ଼ି ସଭାପତି ଙ୍କୁ ଭବ୍ୟ ସମ୍ବର୍ଧନା ଜଣାଇଛନ୍ତି । ଉକ୍ତ ସମ୍ବର୍ଧନା ଉସ୍ଚବରେ ୮୦ ଖଣ୍ଡ ଗ୍ରାମ ୧୪ଖଣ୍ଡ ପଞ୍ଚାୟତ କୁ ନେଇ ଗଠିତ ଏରିଆ ଘରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ,ମୋହନା ବ୍ଲକ୍ ବିଜେଡ଼ି ସଭାପତି ତଥା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର,ଚୁଡ଼ଙ୍ଗପୁର ସରପଞ୍ଚ ସେବତୀ ଗମାଙ୍ଗ, ସ୍ଥାନୀୟ ସମିତି ସଭ୍ୟ, ଏମ୍.ପି ପ୍ରତିନିଧି ତଥା ବରିଷ୍ଠ ସମାଜ ସେବୀ ଭାଷ୍କର ସାହୁ, ସମ୍ମିଳନୀର ୮ଜଣ ପାଳକ,୮୦ ଖଣ୍ଡ ଗ୍ରାମର ଚାଳକା,ଚାଳକାଣି, ସମ୍ପାଦକ, କୋଷାଧ୍ୟକ୍ଷ ତଥା ଏରିଆ ର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଇଷ୍ଟ ଇଣ୍ଡିଆ ସମ୍ମୀଳନୀ ର ସମ୍ପାଦକ ବିଭିନ୍ନ ମୌଳିକ ଅସୁବିଧା ସମ୍ପର୍କରେ ଜିଲ୍ଲା ବିଜେଡ଼ି ସଭାପତି ଙ୍କୁ ଅବଗତ କରାଇଛନ୍ତି । ଯଥା:- ଇଲେକ୍ଟ୍ରିକାଲ୍,ପାନୀୟ ଜଳର ଅଭାବ, ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ସମ୍ମିଳନୀ କକ୍ଷ,ଏହା ଉପରେ ଦ୍ରୃଷ୍ଟି ଦେବାକୁ ଅନୁରୋଧ କରିବା ସହ ସମ୍ମିଳନୀ ତରଫରୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।ଜିଲ୍ଲା ସଭାପତି ମଧ୍ୟ ତାଙ୍କ ଅଭିଭାଷଣ କହିଛନ୍ତି ଯେ ଦୀର୍ଘ ୧୮ ବର୍ଷ ଠାରୁ ମୁଁ ଆପଣ ମାନଙ୍କ ସହ ସମାଜ ସେବୀ ଭାବେ କାର୍ଯ୍ୟ କରିଆସୁଛି। ସମାଜ ର ବିକାଶ ହିଁ ମୋର ମୁଳ ଲଖ୍ୟ ।ଏହା ଉପରେ ମୋର ଉପସ୍ଥିତ ଅଧିକାରିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ପ୍ରତିସୁତି ଦେଇଛନ୍ତି। ।