April 27, 2026

ଖନ୍ଦୋଳ ଝାଡଶ୍ୱରପୁର ପ୍ରଧାନ ମନ୍ତ୍ରୀ ସଡ଼କ ନିମ୍ନମାନର କାର୍ଯ୍ୟ କୁ ବିରୋଧ

IMG-20230327-WA0058
Share

ମାହାଙ୍ଗା _ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଖନ୍ଦୋଳ ଝାଡେଶ୍ୱର୍ ପୁର ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନ ମାନର କାର୍ଯ୍ୟ କୁ ବିରୋଧ। ଭଉଁରିଆ ପଂଚାୟତ ପନ୍ଦର ବାଟିଆ ଗ୍ରାମ ବାସୀମାନେ କାର୍ଯ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଛି,୬.୨୨ କୋଟି ଟଙ୍କା ମଞ୍ଜୁର ରେ ନିସ୍ଚନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯାଉଥିବାବେଳେ ଠିକାଦାର ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ମାନମୁଖୀ ଭାବେ ବେଆଇନ ଭାବେ ପନ୍ଦରବାଟିଆ ଠାରେ ନିମ୍ନମାନର ସୁରକ୍ଷା ନିର୍ମାଣକୁ ଘୋର ବିରୋଧ କରି ସମ୍ପୂର୍ଣ କାର୍ଯ୍ୟ ବନ୍ଦ କରି ଏହାର ଉଚସ୍ତରୀୟ ତଦନ୍ତ ଦାବି କରିଛନ୍ତି, ଗ୍ରାମବାସୀମାନେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିବାବେଳେ ଜଳସମ୍ପଦ ବିଭାଗ ବିରୋଧ ଯୋଗୁଁ କାର୍ଯ୍ୟ ବନ୍ଦ ହୋଇଥିବା ନିସ୍ଚନ୍ତକୋଇଲି ଗ୍ରାମଉନ୍ନୟନ ବିଭାଗ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀ ଜେନା ସଫେଇ ଦେଇଛନ୍ତି, ତେବେ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇ କୋଟି କୋଟି ଟଙ୍କା ଲୁଟ ପାଇଁ ଠିକାଦାର ଯୋଜନା କରିଥିବା ସାଧାରଣରେ ଅଭିଯୋଗ ହୋଇଛି, ତୁରନ୍ତ ଏହାର ଉଛସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ଗ୍ରାମଉନ୍ନୟନ ସଚିବ ଙ୍କ ନିକଟରେ ଦାବି ହୋଇଛି।