March 13, 2026

ବାଲିପଦରରେ ଐତିହାସିକ ହରିହର ଭେଟ ଓ ମକର ମିଳନ ଯାତ୍ରା ମହାସମାରୋହରେ ପାଳିତ

hgfytf
Share

ବୁଗୁଡା: ତା. ୧୪/୦୧/୨୩ : ବୁଗୁଡା ବ୍ଲକ୍ ଅନ୍ତର୍ଗତ
ବାଲିପଦର ଗ୍ରାମରେ ମକର ମିଳନ ଉତ୍ସବ ଅନୁଷ୍ଠିତ
ହୋଇଯାଇଛି । ଗ୍ରାମର ତିନି ମହାପ୍ରଭୁ ଶ୍ରୀ
ନୀଳକଣ୍ଠେଶ୍ବର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ରଘୁନାଥ
ମନ୍ଦିରରୁ ସ୍ବତନ୍ତ୍ର ଭାବେ ପୁଷ୍ପସଜ୍ଜିତ ବିମାନରେ ଭକ୍ତଙ୍କ
ଗହଣରେ ଗ୍ରାମର କେନ୍ଦ୍ରସ୍ଥଳ ମକର ପଡିଆକୁ ଆସି
ମିଳନ ହୋଇଥିଲେ । ତିନି ମନ୍ଦିରର କର୍ମକର୍ତ୍ତା
କୋକରାମ ଜେନା, ସଂଗ୍ରାମ କେଶରୀ ଗୁରୁ ଓ ଅଶୋକ ପାତ୍ରଙ୍କ ନେତୃତ୍ତ୍ଵରେ ଯୁବ ସ୍ୱେଚ୍ଛାସେବୀମାନେ ଏଥିରେ ସହଯୋଗ କରିଥିଲେ । ସ୍ଥାନୀୟ ପୋଲିସ୍ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ଆଖପାଖ ଅଞ୍ଚଳର ଲୋକକଳା ସାଂସ୍କୃତିକ ସଂଗଠନମାନେ ତିନି ଠାକୁର ସମ୍ମୁଖରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଶ୍ରଦ୍ଧାଳୁମାନେ ମାନସିକ ପୂର୍ଣ୍ଣତା ବଦଳେ ତିନିଠାକୁର ମିଳନ ବେଳେ ମୁଆଁ ଫିଙ୍ଗି ପରମ୍ପରା ବଜାୟ ରଖୁଛନ୍ତି । ଗ୍ରାମର ମଙ୍ଗଳ ସକାଶେ ମେଳଣ ପରେ ତିନି ଠାକୁର ଏକତ୍ର ହୋଇ ଗାଁ ପରିକ୍ରମା
କରିଥିଲେ । ବାଲିପଦରର ଏହି ପ୍ରାଚୀନ ହରିହର
ଭେଟ କାର୍ଯ୍ୟ କ୍ରମରେ ନାମ ସଙ୍କୀର୍ତ୍ତନ ଦ୍ବାରା ଏକ
ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ଏଥିରେ
ଚନ୍ଦନପେଢି,ମହୁଲପଲ୍ଲି,ଝୋଲରୀ,ଏକଡାଳ,ଖରିଡା
ପ୍ରଭୃତି ଗ୍ରାମର ଦଳ ଆସି ସହଯୋଗ କରିଥିଲେ ।ସେହିପରି ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ସୂର୍ଯ୍ୟ ପୂଜା କରାଯାଇ ମକର ପ୍ରସାଦ ବଣ୍ଟନ କରାଯାଇଥିଲା।