ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ” ରନ୍ ଫର୍ ୟୂନିଟି ” ମାରାଥନ ଦୌଡ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି…………..
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଅକ୍ଟୋବର ୩୧ତାରିଖ ଦିନ ପ୍ରତି ବର୍ଷ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜୟନ୍ତୀ କୁ “ରନ୍ ଫର୍ ୟୂନିଟି” ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ଦିବସ ରୁପେ ପାଳନ କରାଯାଇଥାଏ କିନ୍ତୁ ଚଳିତବର୍ଷ ୩୧ ଅକ୍ଟୋବର ଦୀପାବଳି ଓ କାଳୀ ପୂଜା ପଡୁଥିବା ହେତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଦିନଟେ ପୂର୍ବରୁ ୨୮ତାରିଖ ଦିନ ପାଳନ କରିବା କୁ ନିର୍ଦ୍ଦେଶ ହୋଇଛି। ଏହି ମାରାଥନ ଦୌଡ ଡି.ଏନ.କେ. ଗୋପବନ୍ଧୁ ଛକ ଠାରୁ ବ୍ଲକ ଅଫିସ୍ ପର୍ଯ୍ୟନ୍ତ ଭାଜପା କାର୍ଯ୍ୟକର୍ତା ଙ୍କ ସହ କିଛି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସର୍ବସାଧାରଣ କ୍ରମେ କରାଯାଇଥିଲା ପିଲାମାନଙ୍କୁ ଗାଇଡ୍ କରିବା ପାଇଁ କିଛି ସ୍କୁଲ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ରେଲି ସମାପ୍ତି ପରେ ସ୍ବର୍ଗତ ପଟେଲ ଙ୍କ ଫଟୋ ଚିତ୍ରରେ ପୂଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳୀ ଅର୍ପଣ କରି ତାଙ୍କରି ସ୍ମୃତିଚାରଣ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ପଟେଲ ଙ୍କ ସ୍ମୃତିଚାରଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ନଗର ମଣ୍ଡଳ ସଭାପତି ଗୋପୀନାଥ ସାହୁ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ,ଯୁବ ମୋର୍ଚା ଉପ ସଭାପତି ମିଲୁ ପଣ୍ଡା, ସତ୍ୟ ବେହେରା, ଟିଙ୍କୁ ଭାଇ, ରାମ ଗଣ୍ଡ, ସନ୍ତୋଷ ଶର୍ମା, ଶ୍ରୀନିବାସ ମୂର୍ତ୍ତି, ସନତ ଠାକୁର, ହର ପ୍ରସାଦ ପାଣିଗ୍ରାହୀ, ଅଭିରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।