June 19, 2026
IMG-20241029-WA0031
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ ଦୋରା ସୋମବାର ଦାଇତ୍ୱ ନେଇଥିବା ଜଣାଯାଇଛି.ଏଠାରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପାଢ଼ୀ ଙ୍କୁ ଗୋପାଳ ପୁର ପୌର ନିର୍ବାହୀ ଅଧିକାରୀ ଭାବରେ ବଦଳି ହୋଇଛି. ଏହି ଅବସର ରେ ପରିଷଦ ର ସହକାରୀ ଯନ୍ତ୍ରୀ ଶ୍ରୀ କ୍ଷୀରୋଦ କୁମାର ବେହେରା, ଏ ରାଜେଶ ଦାସ,ସୁଧୀର କୁମାର ନନ୍ଦୀ, ସୁପ୍ରଭା ମଲିକ,ଗୌତମି ପଟ୍ଟନାୟକ, ସଂଗ୍ରାମ ରଥ,ପ୍ରଶାନ୍ତ କୋଚିମ,ମିହେଶ ଗୁରୁ,ଗୋପୀ ମାଝୀ ଙ୍କ ସମେତ ସମସ୍ତ କର୍ମ ଚାରି ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ସହ ଉପ ହାର ଦେଇ ଥିଲେ. ଶ୍ରୀ ତ୍ରିପାଠୀ ଙ୍କ ସମୟ ରେ ଆମିଷ ବଜାର ସ୍ଥାନାନ୍ତର ସହ ପରିଷଦ ର ବିଭିନ୍ନ ୱାର୍ଡ ରେ ହୋଇଥିବା ଉନ୍ନୟନ ମୂଳକ କାମ କୁ ମନେ ପକାଇ ଅଳ୍ପ ସମୟ ପାଇଁ ସମସ୍ତେ ଭାବ ବିହ୍ଵଳ ହୋଇପଡ଼ିଥିଲେ.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା