April 29, 2026

ଧନତେରାସ୍ ପାଇଁ ଗହଣା ଦୋକାନରେ ଭିଡ, ଜମୁଛି କୋଟି କୋଟି ଟଙ୍କାର ବେପାର

IMG-20241029-WA0034
Share

 

ବୁଗୁଡ଼ା : ତା ୨୯/୧୦/୨୪ : ଧନତେରାସ୍

ପର୍ବ ଆଣିଛି ଧନୀକଙ୍କ ମଧ୍ୟରେ ଉତ୍ସାହ । ଏହି ଦିନରେ

ଘରକୁ କିଛି ନୂଆ ଦ୍ରବ୍ୟ ଆଣିଲେ କୁଆଡେ ପରିବାର

ପାଇଁ ଶୁଭ ବୋଲି ବିଶ୍ବାସ ରହିଛି। ବିଶେଷକରି

ସୁନାଗହଣା ଓ ରୁପା ଭଳି ଦ୍ରବ୍ୟ କିଣି ଘରକୁ ଆଣିଲେ

ଅଧିକ ଶୁଭ ବୋଲି କୁହାଯାଏ । ଏହି ପର୍ବ ଅନ୍ୟ

ରାଜ୍ୟରେ ବହୁଳ ଭାବେ ପାଳିତ ହେଉଥିବା ବେଳେ

ପରିବାର ଗହଣା କିଣିଥାନ୍ତି। କିଛି ବର୍ଷ ହେଲା ଏହି ପର୍ବ

ଓଡ଼ିଶାର ବିଭିନ୍ନ ସହରରେ ଲୋକେ ପାଳନ କରୁଥିବା

ଦେଖିବାକୁ ମିଳୁଛି। ଏହି ଦିନ ସୁନା, ରୂପାର ଗହଣା

କିଣିବାକୁ ମହିଳାମାନେ ବେଶ୍ ଆଗ୍ରହ ଦେଖାଇଥାନ୍ତି ।

ବୁଗୁଡ଼ା ସହରରେ ଅନେକ ସୁନା ଅଳଙ୍କାର ଦୋକାନ

ରହିଥିବା ବେଳେ ସବୁ ଦୋକାନରେ ବେଶ୍ ଭଲ

ବ୍ୟବସାୟ ହୋଇଛି । ଚଳିତବର୍ଷ ଧନତେରାସ୍ ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇ ବୁଧବାର

ସନ୍ଧ୍ୟାପର୍ଯ୍ୟନ୍ତ ରହିଛି ବୋଲି ଦୋକାନୀମାନେ କହିଛନ୍ତି । ଫଳରେ ଆଜି ସନ୍ଧ୍ୟାରୁ ହିଁ ବୁଗୁଡ଼ା ସହରର ସୁନା

ଦୋକାନଗୁଡ଼ିକରେ ଗହଳି ଦେଖିବାକୁ ମିଳିଥିଲା । ଏଥି ସହ ଲଟେରୀ ବ୍ଯବସ୍ଥା ଏବଂ ଦାମୀ ଉପହାର ମୋହରେ ପଡି ସହରକୁ ଆଜି ସୁନା କିଣିବା ପାଇଁ ଗ୍ରାମାଞ୍ଚଳରୁ ଲୋକେ ଆସିଥିବା ଦେଖିବାକୁ ମିଳିଥିଲା | ଛୋଟ ବଡ଼ ସବୁ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥୁଲା । ଏହି ଦୁଇଦିନ ମଧ୍ୟରେ ସହରରେ କୋଟି କୋଟି ଟଙ୍କାର ସୁନାରୁପା ଗହଣା ବିକ୍ରି ହେବା ନେଇ ଜଣାଯାଇଛି ।

You may have missed