August 26, 2026

ଉମରକୋଟ, ରାସ୍ତା ନଥିବାରୁ ଦୁଇ ପଂଚାୟତ ମଧ୍ୟରେ ଯାତାୟାତ ବିଛିନ୍ନ……..

IMG-20241028-WA0047
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ ଯାତାୟାତ ନିମନ୍ତେ ରାସ୍ତା ନିର୍ମାଣ କରିଥାନ୍ତି।କିନ୍ତୁ ଏଠାରେ ରାସ୍ତା ଟିଏ ନାହିଁ, ବହୁ ପୁରୁଣା ଏକ କଲବେଟ ଥିଲା କିନ୍ତୁ ତାହା ମଧ୍ୟ ଭାଙ୍ଗି ଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ପ୍ରତ୍ୟେକ ଦିନ ଶହ ଶହ ଲୋକ ଏହି ନାଳ ଦେଇ ଯାତାୟାତ କରୁଛନ୍ତି ଏବଂ ବର୍ଷା ହେଲେ ଆଖ ପାଖ ଅଞ୍ଚଳ ର ଲୋକଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ କୋଡିକି ଧରି ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବକୋଦା ପଂଚାୟତ ଅଧୀନରେ ଥିବା ଉମର ଗାଁ ଠାରୁ ଦୁଗଲାହାଣ୍ଡି ରାସ୍ତା ରେ ଥିବା ନାଳ ଯୋଗୁଁ ଯାତାୟାତ ବିଛିନ୍ନ ହୋଇଯାଇଛି। ଏବିଷୟ ରେ ନେତା, ମନ୍ତ୍ରୀ, ପ୍ରଶାସନ, ସ୍ଥାନୀୟ ସରପଞ୍ଚ, ଶେଷରେ ଜନ ଶୁଣାଣି ରେ ଜିଲ୍ଲାପାଳ ଙ୍କୁ ମଧ୍ୟ ଗ୍ରାମବାସୀ ଜଣେଇଥିଲେ କିନ୍ତୁ ଏପର୍ଯ୍ୟନ୍ତ କୌଣସି କଲବେଟ ନିର୍ମାଣ ହୋଇପାରିନାହିଁ। ପରିଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ଯାତାୟାତ ନିମନ୍ତେ ରାସ୍ତା ତିଆରି କରୁଥିବା ଦେଖିବାକୁ ମିଳିଛି। ବର୍ତମାନ ଦେଖିବାକୁ ବାକି ରହିଲା ଉକ୍ତ ପଂଚାୟତ ର ଗ୍ରାମବାସୀ ଙ୍କ ଯାତାୟାତ ନିମନ୍ତେ ସେହି ନାଳ ଉପରେ କଲବେଟ କେବେ ତିଆରି କରାଯିବ।

You may have missed