April 26, 2026

ବୋଲଗଡ଼ରେ ଭଏସ ଅଫ ମିଡିଆ ସଂଘ ପକ୍ଷରୁ କର୍ମକର୍ତ୍ତା ଚୟନ। 

IMG-20241028-WA0045
Share

 

ବୋଲଗଡ଼,୨୮/୧୦(ଉପାନ୍ତ ଖବର):ବୋଲଗଡ଼ ବ୍ଲକ ଭଏସ ଅଫ ମିଡିଆ ସଂଘ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ନିରଞ୍ଜନ ନାୟକଙ୍କ ଆବାହକତ୍ୱରେ ବୋଲଗଡ ଟାଉନହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଭଏସ ଅଫ ମିଡିଆ ସଂଘ ଭାରତ ବର୍ଷର ସମସ୍ତ ରାଜ୍ୟର କୋଣ ଅନୁକୋଣରେ ନିଜର କାୟା ବିସ୍ତାର କରିଚାଲିଛି।ବାସ୍ତବ କ୍ଷେତ୍ରରେ ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକ ଖବର ପ୍ରଚାର ପ୍ରସାରଣ କରେ,ହେଲେ ଅନେକ ସମୟରେ ସାମ୍ବାଦିକ ଜୀବନ ସୁରକ୍ଷା ବଦଳରେ ଅସୁରକ୍ଷିତ ବଳୟ ମଧ୍ୟକୁ ଟାଣି ହୋଇ ଚାଲି ଯାଇଥାଏ।ଫଳରେ ସାମ୍ବାଦିକ ନିଜର ନୈତିକତା ହରାଇବାକୁ ପରିସ୍ଥିତି ଏକ ପ୍ରକାର ନିଶ୍ଚିତ କରାଇଥାଏ।ତେଣୁ ସାମ୍ବାଦିକ ନିର୍ଭୀକତାର ସହ ଖବର ପରିବେଷଣ ପାଇଁ ସୁରକ୍ଷା ତାର ମୁଖ୍ୟ ଆୟୁଧ ହେବା ନିହାତି ଜରୁରୀ ବୋଲି ଆଜିର ବୈଠକରେ ଆଲୋଚନା ହୋଇଥିଲା ।ଆଜିର ବୈଠକରେ ସମସ୍ତଙ୍କ ସନ୍ନମତିରେ ବୋଲଗଡ ଭଏସ ଅଫ ମିଡ଼ିଆର ବ୍ଲକ ସଭାପତି ଭାବେ ନିରଞ୍ଜନ ନାୟକ, ଉପସଭାପତି ଭାବେ ଅବଦୁଲ ଖଲିକ ଖାଁ, ସମ୍ପାଦକ ଭାବେ ସତ୍ୟନାରାୟଣ ବାରିକ, ସହ ସମ୍ପାଦକ ଭାବେ ନିରଞ୍ଜନ ସେଠୀ ଓ କୋଷାଧକ୍ଷ ଭାବେ ସୁଶାନ୍ତ ପ୍ରଧାନଙ୍କୁ ଚୟନ କରାଯାଇଥିଲା l ଏହି ସଭାରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ପ୍ରଫୁଲ ସିଂହ, ଦେବବ୍ରତ ହୋତା, ଗଙ୍ଗାଧର ସାହୁ, ପାଣ୍ଡବ ସାହୁ, ଦୀପକ ପାହାଡସିଂହ,ଅଶୋକ ପ୍ରଧାନ, ଅବଦୁଲ ଖଲିକ ଖାଁ, ସୁଶାନ୍ତ ପ୍ରଧାନ, କାର୍ତ୍ତିକ ସ୍ୱାଇଁ, ଯଦୁନାଥ ସାମନ୍ତରାୟ,ଉମାକାନ୍ତ ଵେବର୍ତ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ଭ ଏ ସ ଅଫ ମିଡିଆ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ସୁକାନ୍ତ କୁମାର ପରିଡ଼ା ଯୋଗ ଦେଇଥିଲେ।ଏହି ସଭାକୁ ସାମ୍ବାଦିକ ନିରଞ୍ଜନ ନାୟକ ପରିଚାଳନା କରିଥିବାବେଳେ ପରି ଶେଷରେ ବରିଷ୍ଠ ସାମ୍ବାଦିକ ଦେବବ୍ରତ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ