November 15, 2024

ଆଲେଚନା ପାଇଁ ରାଜ୍ୟ ସରକାର ଙ୍କ ଠାରୁ ନିମନ୍ତ୍ରଣ ପାଇବା ପରେ କାଲି ଠାରୁ ସ୍କୁଲକୁ ଯିବେ ଛାତ୍ର ଛାତ୍ରୀ……..

Share

 

ଛଛାମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଦୀର୍ଘ ଏକ ମାସ ଧରି ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି କରିବା ଦାବୀ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ର ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ ନ ପଠାଇବା ନିଷ୍ପତ୍ତି ରୁ ଓହରି ଯାଇଛି। ଆସନ୍ତା କାଲି ଠାରୁ ନବରଙ୍ଗପୁର ଜିଲ୍ଳାର ସମସ୍ତ ସ୍କୁଲକୁ ଛାତ୍ର ଛାତ୍ରୀ ପାଠ ପଢ଼ିବା ପାଇଁଁ ଯିବେ। ଆଜି ଉମରକୋଟ ନିକଟସ୍ତ ସାନ ଭରଣ୍ଡି ଠାରେ ଥିବା ଗଣ୍ଡ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ର ଜିଲ୍ଲା ସଭାପତି ଘନ ମାଝି ସୁଚନା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଙ୍କ ପକ୍ଷ ରୁ ଗଣ ଶିକ୍ଷ୍ୟା ମନ୍ତ୍ରୀ ନିତ୍ୟ। ନନ୍ଦ ଗଣ୍ଡ ଙ୍କ ବ୍ୟକ୍ତିଗତ ସଚିବ ତ୍ରିନାଥ ମାଝି ନବରଙ୍ଗପୁର ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚର ସଭାପତିଙ୍କୁ ପତ୍ର ମାଧ୍ୟମରେ ଆଲେଚନାକୁ ନିମନ୍ତ୍ରଣ କରିବା ପରେ ମଞ୍ଚ ଏହି ନିଷ୍ପତ୍ତି ନେଇଛି। ଜିଲ୍ଲାର ଛାତ୍ର ଛାତ୍ରୀ ମାନଂକ ଉଜ୍ଜ୍ବଳ ଭବିଷ୍ୟତ ପାଈଁ ଶିକ୍ଷା ଦାନ ସ୍ଵାଭାବିକ ହେବ। ଆବଶ୍ୟକ ବୋଲି ପତ୍ର ରେ ଉଲ୍ଲେଖ ରହିଛି । ଜିଲ୍ଲା ଜନଜାତି ସୁରକ୍ଷା ମଂଚ ଏକ ସାମାଜିକ ସଙ୍ଗଠନ ଏହା ରାଜନୀତି ଠାରୁ ଉର୍ଦ୍ଧ୍ବ ରେ ରହି ଜାଲ ସ୍ୱାର୍ଥୀ ଭଳି ଖରାପ ତତ୍ତ୍ଵ ମାନଙ୍କ ଠାରୁ ଦୂରେଇ ସମାଜର ସାମୁହିକ ହକ ଅଧିକାର ହାସଲ କରିବା ଏହାର ଲକ୍ଷ୍ୟ ବୋଲି ଆଜି ମଂଚ ପକ୍ଷ ରୁ ସୁଚାନା ଦିଆ ଯାଇଛି। ସମାଜରେ ଅନ୍ଧ ବିଶ୍ୱାସ ଓ ସାମାଜିକ ସ୍ତରରେ ମଜବୁତ କରିବା ଜାଲ ଜାତି ପ୍ରମାଣ ପତ୍ର ହାତେଇ ସରକାରୀ ଚାକିରୀ କରୁଥିବା ଓ ଜନପ୍ରତିନିଧି ହେବା , ଆଦିବାସୀ ନାମରେ ବିଭିନ୍ନ ଫାଇଦା ଉଠାଉଥିବା ଠକ/ଟାଉଟର ମାନଙ୍କୁ ନ୍ୟାୟଚିତ ଦଣ୍ଡ ଦେବା ସଂଗଠନର ମୂଳ ଲକ୍ଷ୍ୟ ବୋଲି ମଂଚ କହିଛି। ଉଲ୍ଲେଖ ଯୋଗ୍ୟ ଏହି କି ଯେ ଅବିଭକ୍ତ କୋରାପୁଟ ଜିଲାରେ ଶିକ୍ଷକ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ନିଯୁକ୍ତିରେ ଜିଲା ଭିତ୍ତିକ ନିଯୁକ୍ତି ଦାବିକରି ଗତ ୨୭ ତାରିଖ ରୁ ଆନ୍ଦୋଳନ ଆରଂଭ ହେଇ ଥିଲା। ଯଦି ସରକାର ଙ୍କ ସହ ଆଲୋଚନା ରେ କିଛି ସୁଫଳ ନମିଳେ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବା ବୋଲି ସଂଘ ପକ୍ଷରୁ ପ୍ରକାଶ କରା ଯାଇଛି । ସରକାର ଙ୍କ ସହ ଆଲୋଚନା ପାଇଁ ଜନଜାତି ସଙ୍ଗଠନ , ଛାତ୍ର ସଂଗଠନ ଓ ସରପଞ୍ଚ ସଂଘ ମିଳିତ ଭାବେ ଏକ ଟିମ ପ୍ରସ୍ତୁତ କରି ଜିଲା ଭିତିକ ନିଯୁକ୍ତି ବିଷୟରେ ଆଲୋଚନା ରେ ଭାଗ ନେବେ ବୋଲି କହିଛନ୍ତି ଘନ ମାଝି। ଏହି କାର୍ଯ୍ୟକ୍ରମ ରେ ଜନ ଜାତି ସୁରକ୍ଷା ମଞ୍ଚ ର କାର୍ଯ୍ୟକାରୀ ସଭାପତି ଘନ ମାଝୀ, ସମ୍ପାଦକ ଲକ୍ଷ୍ମଣ ମାଝୀ, ସଂଯୋଜକ ରାଜମନ ଭତ୍ରା, ସରପଞ୍ଚ ସଙ୍ଘର ସମ୍ପାଦକ ଅର୍ଜୁନ ଭତ୍ରା, ଉମରକୋଟ ଜନ ଜାତି ସୁରକ୍ଷା ମଞ୍ଚ ସଭାପତି ବୀରସିଂ ମାଝୀ, ସଦସ୍ୟ ଯମୁନା ନାୟକ,ଉମରକୋଟ ଜନଜାତି କର୍ମଚାରୀ ସେଲ ସଭାପତି ତୀରଥ ଚନ୍ଦ୍ର ମାଝୀ, ଝରୀଗାଁ ବ୍ଲକ ଏକମ୍ବା ସରପଞ୍ଚ ଅନିତା ପୂଜାରୀ, ଚନ୍ଦାହାଣ୍ଡି ସରପଞ୍ଚ ସଙ୍ଘ ପକ୍ଷରୁ ଦଶରଥ ଧୂରୁଆ,ଜନଜାତି ଛାତ୍ର ସଙ୍ଘ ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ କମଲୁ ଭତ୍ରା, ରାମଚନ୍ଦ୍ର ପୂଜାରୀ, ଚୈତନ ଧୂରୁଆ ଙ୍କ ସହ ବିଭିନ୍ନ ସଙ୍ଘଠନ ପକ୍ଷରୁ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।