April 29, 2026

ପୁରୀ ପୋଲିସକୁ ବଡ ସଫଳତା।ଆଇପିଏଲ ବେଟିଂ ରାକେଟର ପର୍ଦ୍ଧାଫାଶ ହୋଇଛି

IMG-20260429-WA0062
Share

ପୁରୀ ପୋଲିସକୁ ବଡ ସଫଳତା।ଆଇପିଏଲ ବେଟିଂ ରାକେଟର ପର୍ଦ୍ଧାଫାଶ ହୋଇଛି।ଏକ ଗ୍ୟାଙ୍ଗ କରି ଚଳାଇଥିଲେ ଏହି ରାକେଟ।ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ୪ ଜଣଙ୍କୁ ଗିରଫ କରାଯାଇଛି।ଏହି ରାକେଟରେ ୨୫.୩୫ ଲକ୍ଷ ଟଙ୍କା ଜବତ ହୋଇଛି ।୧୦ ଟି ବ୍ୟାଙ୍କ୍ ଆକାଉଣ୍ଟ ସହ ୬ ଟି ମୋବାଇଲ ଫୋନ୍ ଜବତ ହୋଇଛି।ସ୍କ୍କାଏ ଏକ୍ସଚେଞ୍ଜ ଆପ ମାଧ୍ୟମରେ ଏହି ରାକେଟ ଚାଲିଥିଲା।ଗିରଫ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ବି ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁ ।ଏଥି ସହ ୩୧ ଲକ୍ଷ ୮୧ ହଜାର ୨୪୪ ଟଙ୍କା ଥିବା ଆକାଉଣ୍ଟ ଫ୍ରିଜ କରାଯାଇଛି। ‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର କରି ଏହି ବେଟିଂ ରାକେଟ ଚାଲିଥିଲା । ଏହି ଆପ୍ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ଏହି ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା ।ଏହି ନେଟୱାର୍କରେ ସ୍ଥାନୀୟ ଅର୍ଗାନାଇଜରମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଏହି ଅର୍ଗାନାଇଜରମାନଙ୍କୁ ଲୋକଙ୍କୁ ଏହି ନେଟୱାର୍କରେ ସାମିଲ କରିବା ପାଇଁ ମାସିକ ₹୨୨,୦୦୦ ଦିଆଯାଉଥିଲା, ଯାହା ବଦଳରେ ସେମାନେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପଏଣ୍ଟ ପ୍ରଦାନ କରୁଥିଲେ ।ଏହି ଘଟଣା ସମ୍ପର୍କରେ ପୁରୀ ସାଇବର କ୍ରାଇମ ପୋଲିସ ପକ୍ଷରୁ କେସ ନମ୍ବର ୧୮/୨୦୨୬ ପଞ୍ଜିକୃତ ହୋଇଛି । ବିଏନଏସ ର ଧାରା ୨୯୭, ୩୧୮(୪), ୬୧(୨), ଆଇଟି ଆକ୍ଟ ର ଧାରା ୧୬୬(୬) ଏବଂ ପ୍ରାଇସ ଚିଟ୍ସ ଆଣ୍ଡ ମନି ସର୍କୁଲେସନ ବ୍ୟାନିଙ୍ଗ ସ୍କିମ ଆକ୍ଟ ର ଧାରା ୪, ୫ ଏବଂ ଲଟେରୀ ରେଗୁଲେସନ ଆକ୍ଟ ର ଧାରା ୭, ୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି।ରାକେଟର ସଦସ୍ୟ ମାନେ whatsapp ମାଧ୍ୟମରେ ଜଣଙ୍କୁ ବସ ବୋଲି ସମ୍ବିଧାନ କରି ଏହି କାରବାର କରୁଥିଲେ।ଏହି ବସ ଙ୍କ ନିକଟରେ ପହଞ୍ଚିବା ପାଇଁ ପୁରୀ ପୋଲିସ ଉଦ୍ୟମ ଜାରି ରଖିଛି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l