April 27, 2026

ଉମରକୋଟ ଠାରେ ଅଗ୍ନି ଶମ ବିଭାଗ ପକ୍ଷରୁ ମକ ଡ୍ରିଲ……..

IMG-20241028-WA0041
Share

 

ଉମରକୋଟ:-୨୮/୧୦/୨୪

(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଅଗ୍ନି ଶମ ବିଭାଗ ପକ୍ଷରୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ଏକ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବା ସହ ଅଗ୍ନି ନିରାପତ୍ତା ସଚେତନ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ମକ ଡ୍ରିଲ ର ମୁଖ୍ୟ ଉଧେଶ୍ୟ ହେଲା କୌଣସି ସମୟରେ ଜଦି କିଛି ଅଘଟଣ ଘଟିଯାଏ ତାହେଲେ ନିଜେ ତଥା ରୋଗୀଙ୍କୁ କିପରି ସୁରକ୍ଷା ଦେଇ ଅଘଟଣରୁ ରକ୍ଷା କରିବେ। ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାଧିକାରୀ ଭାଗିରଥି ବାଣୁଆ, ମୁଖ୍ୟଆଗ୍ନୀକ ବିନୋଦ କେରକେଟା, ଡ୍ରାଇଭର ହାବିଲଦାର ଜଗଦୀଶ କାଣ୍ଡ, ଫାୟର ମେନ ଧର୍ମେନ୍ଦ୍ର ସା, ଖିରୋଦ କୁମାର ନାଗ, ଶଙ୍କର ମାଝୀ, ଯଦୁମଣି କୋକ ପ୍ରମୁଖ ଅଧିକାରୀ ମାନେ ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନଙ୍କୁ ହଠାତ ହସ୍ପିଟାଲ ରେ ନିଆ ଲାଗିଲେ ତାର ମୁକାବିଲା କେମିତି କରାଯିବ ତାହାର କୌଶକ ବୁଝାଇଥିଲେ। ଏହି ସଚେତନ ସଭା ରେ ହସ୍ପିଟାଲ ର କର୍ମଚାରୀ ଓ ସେକୁରୀଟି ଗାର୍ଡ ମାନେ ଉପସ୍ଥିତ ଥିଲେ।