April 27, 2026

ଉମରକୋଟ ଡକ୍ଟର ସନ୍ତୋଷ କୁମାର ପଣ୍ଡା ନବରଙ୍ଗପୁର ଜିଲ୍ଲାର ନୂଆ ସି.ଡି.ଏମ.ଓ.   

IMG-20241028-WA0039
Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବାସିନ୍ଦା ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଙ୍କୁ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ରାଜ୍ୟ ସରକାର ଙ୍କ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପିଲା ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଡକ୍ଟର ପଣ୍ଡା ୧୯୮୫ ରେ ଡକ୍ଟର ଭାବେ ଯୋଗ ଚାକିରି ରେ ଯୋଗ ଦେଇଥିଲେ। ଦୀର୍ଘ ୪୦ ବର୍ଷ ର ଅଭିଜ୍ଞତା ରହିଛି। ସେ ଏହି ପଦବୀ ରେ ୧୪ ମାସ ରହିବେ ଓ ଆସନ୍ତା ନଭେମ୍ବର ୧ ତାରିଖ ଦିନ ସିଡିଏମଓ ଭାବେ ନବରଙ୍ଗପୁର ରେ ଯୋଗଦାନ କରିବେ। ଡକ୍ଟର ପଣ୍ଡା ନିଜ ର ପ୍ରତିକ୍ରିୟା ରେ କହିଛନ୍ତି ନବରଙ୍ଗପୁର ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳ ରେ ଲୋକ ମାନେ ଯେପରି ମୌଳିକ ସ୍ଵାସ୍ଥ୍ୟ ସେବାର ସୁବିଧା ପାଇବେ ଓ ଜିଲ୍ଲାର ସବୁ ମେଡିକାଲ ରେ ମ୍ୟାଲେରିଆ , ଡେଙ୍ଗୁ ପରି ଜ୍ଵର ର ପରୀକ୍ଷା କିପରି ହେବ ସେଥି ନେଇ ଗୁରୁତ୍ବ ଦେବୀ ଓ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଡକ୍ଟର ମାନଙ୍କୁ ନେଇ ଏକ ସଂଗଠିତ ଢଙ୍ଗ ରେ ସ୍ଵାସ୍ଥ୍ୟ ସେବା ଯୋଗାଇବା ମୋର ପ୍ରାଥମିକତା ରହିବ ବୋଲି ଡକ୍ଟର ପଣ୍ଡା କହିଛନ୍ତି। ଡକ୍ଟର ସନ୍ତୋଷ ପଣ୍ଡା ସି ଡ଼ି ଏମ ଓ ଭାବେ ପଦନତି ଖବର ଉମରକୋଟ ସହର ରେ ପ୍ରଚାରିତ ହେବ। ମାତ୍ରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ଶୁଅ ଛୁଟିବା ରେ ଲାଗିଛି।