June 19, 2026

ଶ୍ରୀ ଅନ୍ନ ଯୋଜନା ମାଧ୍ୟମରେ ଚାଷୀ ମାନେ ପାସୋରି ଯାଉଥିବା ଫସଲକୁ ମନେ ପକେଇଲେ 

IMG-20241028-WA0032
Share

 

କାଶୀନଗର (ଅନନ୍ତ ଆପଟ )

ତା 28/10/24

ଆଜି କାଲି ଚାଷୀ ମନେ ପାସୋରି ଯାଉଥୁବା କନ୍ଦା ଜାତୀୟ ଫସଲ ଓ ରବି ଜାତୀୟ ଖାଦ୍ୟ ଶସ୍ୟ କୁ ଅଧିକ ମାତ୍ରା ରେ ଚାଷ କରିବାକୁ ସରକାର ପ୍ରୟାସ କରି ଏକ ଯୋଜନା ଯାହାକି ଶ୍ରୀ ଅନ୍ନ ନାମରେ ନାମିତ. ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କାଶୀନଗର ଏନ ଏ ସି ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁ ଯୋଗ ଦେଇ ଚାଷୀ ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ. ଏହି କାର୍ଯ୍ୟକ୍ରମ

କାଶୀନଗର କୃଷି ବିଭାଗ କାର୍ଯାଳୟ ପରିସରରେ ରାଜ୍ୟ ସରକାରଙ୍କ ମିଲେଟ ମିଶନ ଯାହା କି ଶ୍ରୀ ଅନ୍ନ ଯୋଜନା ଭାବେ ସରକାରଙ୍କ ଦ୍ୱାରା ନାମ ପରିବର୍ତନ କରାଯାଇଛି.ଏହି ଯୋଜନା ଦ୍ୱାରା ଚାଷୀ ମାନେ ପାସୋରି ଯାଉଥିବା କନ୍ଦା ଜାତୀୟ ଫସଲ ଯେପରି କାଠ କନ୍ଦା,କନ୍ଦ ମୂଳ ଉଲୋ କନ୍ଦା କୁଜି ସାରୁ ଓ ଶୁଆଁ, ଜନା, କାଙ୍ଗୁ,କରା ଓ ଗଣ୍ଟିଆ ଚାଉଳ ଭଳି ରବି ଫସଲ ଯାହାକି ଅଧିକ ଲାଭ ଦାୟକ ଫସଲ ଗୁଡିକୁ ଚାଷୀ ମାନେ ଭୁଲି ଯାଉଥିଲେ ଏବଂ ଏହି ଶ୍ରୀ ଅନ୍ନ ଯୋଜନା ଯାହାକି ରାଜ୍ୟ ସରକାର ଙ୍କ ଉଦ୍ୟାନ କୃଷି ଓ କୃଷି ବିଭାଗ ଦ୍ୱାରା ସହଭାଗିତା ହୋଇ କିପରି ଫସଲ ଗୁଡିକ ଉନ୍ନତ ମାନର ଚାଷ କରିବାକୁ ଚାଷୀ ମାନଙ୍କୁ ସଚେତନ କରିବା ସହ ପ୍ରଛାହନ କରିହେବ ସେ ନେଇ ଉପସ୍ଥିତ ଥିବା ଚାଷୀ ମାନଙ୍କ ସମ୍ମୁଖରେ ପୁଙ୍ଖାନୁପୁଙ୍ଖ ବୁଝା ଯାଇଥିଲା. ଏହି କାର୍ଯ୍ୟକ୍ରମ ରେ କୃଷି ବିଭାଗ ଅଧିକାରୀ ଏ.ଏ.ଓ ସନ୍ଦୀପ କୁମାର ପାଣି, ଉଦ୍ୟାନ ବିଭାଗର ଅର୍ଚନା ନାହାକ, ଶ୍ରୀ ଅନ୍ନ ଯୋଜନାର ଜିଲ୍ଲା ସଂଯୋଜିକା ମମତା ପାତ୍ର,ଏ.ଓ ଶୋଭନ କୁମାର ଜେନା ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

You may have missed