ଗୋପାଳପୁର ପୋର୍ଟ ପରିବହନ କାର୍ଯ୍ୟରେ ଆଞ୍ଚଳିକସ୍ତରୀୟ ଟ୍ରକ୍, ଡ୍ରାଇଭର ଙ୍କୁ ନିୟୋଜିତ କରିବା ଦାବୀ
ଛତ୍ରପୁର-ତା-୨୬/୧୦/୨୪(ଅରୁଣ କୁମାର ପଣ୍ଡା )ଗୋପାଳପୁର ବନ୍ଦର ଏବଂ ଆଇ.ଆର୍.ଇ.ଏଲ୍. ପ୍ରତିଷ୍ଠାନରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଟ୍ରକ୍ ମାଲିକ ସଂଘର ତଥା ଆଞ୍ଚଳିକସ୍ତରୀୟ ଟ୍ରକ୍ ଓ ଡ୍ରାଇଭର ଙ୍କୁ ସ୍ଥାୟୀ ଭାବେ ପରିବହନ କାର୍ଯ୍ୟରେ ଲଗାଯିବାକୁ ଦୀର୍ଘ ଦିନ ର ଦାବୀ ହୋଇଉଠିଛି ।
ଏଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଞ୍ଚଳିକ ଟ୍ରକ୍ ଗୁଡ଼ିକ ସ୍ଥାୟୀ ଭାବେ ନ ଲାଗିଲେ ଆନ୍ଦୋଳନ ଜୋର୍ ଦାର ହେବ ବୋଲି ପ୍ରମୁଖ ଟ୍ରକ୍ ମାଲିକ ସଂଘ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।
ଶନିବାର ଦିବା ୧୧ ଘଣ୍ଟା-୩୦ ମିନଟ୍ ସମୟରେ ଏନେଇ ଛତ୍ରପୁର ଉପ-ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବସି ଟ୍ରକ୍ ମାଲିକ ସଂଘ ସହ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇ ଅନୁଷ୍ଠିତ ହୋଇଛି ।
୧୫ ଦିନ ମଧ୍ୟରେ କୌଣସି ଏକ ଉଚିତ୍ ପଦକ୍ଷେପ ନିଆଯାଇ ଏହାର ଆଶୁ ସମାଧାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଉଚିତ୍ ପଦକ୍ଷେପ ଗ୍ରହଣ କରି ଟ୍ରକ୍ ମାଲିକ ସଂଘ କୁ ଉଚିତ୍ ନ୍ୟାୟ ନ ଦେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଟ୍ରକ୍ ମାଲିକ୍ ସଂଘ ର ସଭାପତି ଟି. ଚନ୍ଦ୍ରଶେଖର ରାଓ, ଶଙ୍କର ଦାଶ, ଶିବାନୀ ଶଙ୍କର ଦଳେଇ, ପ୍ରମୋଦ ଜେନା ପ୍ରମୁଖ ନେତ୍ତୃବର୍ଗ ପ୍ରଶାସନ ସହ ଆଲୋଚନା ବେଳେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।