April 28, 2026

ଗଞ୍ଜାମ ଋଷିକୂଲ୍ୟା ନଦୀରେ   ବ୍ରିଜ ଉପରେ ସ୍କୁଟିରଖି ହଜି ଯାଇଥିବା ଘଟଣା ନୂଆଁ ମୋଡ଼  ..

IMG-20241027-WA0003
Share

 

 

ଗଞ୍ଜାମ- ପ୍ରଦୀପ କୁମାର ପଣ୍ଡା

 

ଗତ 23 ରେ ଜଣେ ବ୍ୟକ୍ତି ନିଜ ସ୍କୁଟି ଓ ଚପଲ ଛାଡ଼ି ବ୍ରିଜ ଉପରୁ ନିଖୋଜ ହୋଇଯାଇଥିବା ବା ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ଏଥିସହ ଗାଡି ନମ୍ବର ଏବଂ ଗ୍ୟାସ ଖାତା ଦେଖି ବ୍ରହ୍ମପୁର ଅଞ୍ଚଳର ସନ୍ତୋଷ ବେହେରା ବୋଲି ଜଣା ପଡିବା ପରେ ତାଙ୍କ ପରିବାରକୁ ଜଣାଇଥିଲା ଗଞ୍ଜାମ ଥାନା ପୋଲିସ।ଏଥିସହ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ l ସମସ୍ତଙ୍କ ଆକଳନ ଯେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ହାଇଦ୍ରାବାଦରେ ଜୀବିତ ଥିବା ଏବଂ ତାଙ୍କ ବାପା ନିର ବେହେରା ତାଙ୍କ ପୁଅ ସନ୍ତୋଷଙ୍କ ସହ ଫୋନ୍ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଥିବା ଶନିବାର ଗଞ୍ଜାମ ଥାନାରେ ଜଣାଇଥିଲେ l ସନ୍ତୋଷ ବ୍ରହ୍ମପୁରରେ ଏକ ଟାୟାର କର୍ମଚାରୀ ଭାବେ କାମ କରୁଥିଲେ ମାଲିକଙ୍କ ସହ କୌଣସି କାରଣକୁ ନେଇ ମତାନ୍ତର ପରେ ସେ ଗାଡି ରଖି ହାଇଦ୍ରାବାଦ ଚାଲି ଯାଇଥିଲା ବୋଲି ସନ୍ତୋଷଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଉକ୍ତ ଘଟଣା ସମଗ୍ର ଅଞ୍ଚଳରେ ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ଘଟଣା ଦିନ ହିଁ ସ୍କୁଟି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ବୋଲି ଆଇଆଇସି ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି l