November 15, 2024

ବହୁମୁଖୀ ପ୍ରତିଭା ପିଙ୍କୁ ଭାଇଙ୍କ ଅନ୍ତିମଯାତ୍ରା !!

Share

 

ତିର୍ତ୍ତୋଲ ::-ପ୍ରତିଭା ପରିପୂର୍ଣ୍ଣ ମଣିଷଟେ ଯେତେବେଳେ ନିଜର ଆତ୍ମୀୟ ମାନଙ୍କୁ ଛାଡି ଚାଲିଯାଏ !ତାଙ୍କର ଅଭାବବୋଧ କୁ ପରିପୂରଣ କରିବାକୁ ଭୁଲି ନପାରି ବିଳାପ କରି ଉଠନ୍ତି ପ୍ରିୟ ପରିଜନ ବନ୍ଧୁ ବାନ୍ଧବ ଆଉ ପରିବାର ଲୋକେ !ସେହିପରି ଗୁଣିଜ୍ଞାନୀ ବିଦ୍ୱାନ ଙ୍କ ମଧ୍ୟରେ ଡକ୍ଟର ଦେବଦତ୍ତ ପ୍ରଧାନ ଯେକି ପିଙ୍କୁ ଭାଇ ନାମରେ ପରିଚିତ ଅଦ୍ଵିତୀୟ ବାଗ୍ମୀ ପୁରୁଷ !ସେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ମୁଖ୍ୟ ତଥା ଜଗତ୍‌ସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଉପସଭାପତି, ଏବଂ ବରିଷ୍ଠ ଦକ୍ଷ ମଧୁମେହ ଓ ବାର୍ଦ୍ଧକ୍ୟ ରୋଗ ବିଭାଗର ବିଶେଷଜ୍ଞ, ଆମ୍ଭ ଅଞ୍ଚଳର ଦକ୍ଷ ରାଜନିତିଜ୍ଞ ଭାବେ ଅତି ସୁପରିଚିତ ଚେହେରା !ଆକସ୍ମିକ ଭାବେ ଡାକ୍ତର ଦେବଦତ୍ତ ପ୍ରଧାନ ( ପିଙ୍କୁ ଭାଇ) ଗତ ତା୨୩/୧୦/୨୦୨୪ ରିଖ ରେ ରାତ୍ର ୧ଘଟିକା ସମୟରେ ହୃଦଘାତର ଶିକାର ହୋଇ ପରଲୋକ ପ୍ରାପ୍ତି ହୋଇଯାଇଛନ୍ତି ।ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ୍ ଅଧିନ ଗୋପାଳପୁର ପଞ୍ଚାୟତ ର ଜୟସିଂପୁର ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ ବିଜେପି ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ବରିଷ୍ଠ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମହୋଦୟ , ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟ ସାଧାରଣ ସମ୍ପାଦକ ଯତିନ କୁମାର ମହାନ୍ତି , ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଉପେନ୍ଦ୍ର ନାଥ ବିଶ୍ଵାଳ ତିର୍ତ୍ତୋଲ ନେତା ରାଜକିଶୋର ବେହେରା, ଜିଲ୍ଲା ସଂଘ ଚାଳକ ସୁରେଶ ଚନ୍ଦ୍ର ରାୟ, କାର୍ଯ୍ୟବାହ ଜିତେନ୍ଦ୍ର କୁମାର ବିଶ୍ୱାଳ କଟକ ବିଭାଗ ବୌଦ୍ଧିକ ପ୍ରମୁଖ ବିଜୟ ନାୟକ, ପ୍ରଚାରକ ଲକ୍ଷ୍ମୀଧର ପରିଡା, କାର୍ଯ୍ୟବାହ ଶରତ ଚନ୍ଦ୍ର ସେନ, ମଳୟ ଲେଙ୍କା, ନିରଞ୍ଜନ ଦାସ, ଦେବେନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ପଣ୍ଡା, ଭାଜପା ନେତା ପତିତ ପାବନ ହୋତା , ସୁଧିର କୁମାର ପଣ୍ଡା, ହରିହର ବେହେରା, ବିଜୟ ଦାଶ, ପ୍ରମୋଦ ପ୍ରଧାନ, ଚୌଧୁରୀ ବିଜୟ ସୂତାର, ଶଶିଭୁଷଣ ଷଡଙ୍ଗୀ, ତିରୁପତି ଆଚାର୍ଯ୍ୟ , ଭରତ ନାୟକ , ମନୋରଞ୍ଜନ ସାହୁ, ଜୟଲକ୍ଷ୍ମୀ ମହାନ୍ତି , ଭାଗବତ ସାହୁ, ଜଗନ୍ନାଥ ସ୍ୱାଇଁ, ଜଗନ୍ନାଥ ଦାଶ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଗଭୀର ଲୋକ ପ୍ରକାଶ କରିଛନ୍ତି ।ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଥିବାରୁ ଅଞ୍ଚଳବାସୀ ଶାନ୍ତ୍ୱନା ଦେବାକୁ ଆଗେଇଆସି ଥିବାର ଦେଖିବାକୁ ମିଳିଛି !ସମସ୍ତଙ୍କର ପ୍ରିୟ ମଣିଷଟିଏ ଆଜି ଦୁଃଖର ଦରିଆ ମଧ୍ୟରେ ଛାଡି ଚାଲି ଯାଇଥିବାରୁ ପଞ୍ଚାୟତ ବାସୀ ମର୍ମାହତ ହୋଇଥିବାର ବିଶେଷ ସୂତ୍ରରୁ ଜଣାଯାଇଛି !!

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଓଡିଶା