August 26, 2026

ଜିଲ୍ଲା ରେଡକ୍ରସ୍ ପାଣ୍ଠି ସଂଗ୍ରହ ନିମନ୍ତେ ଲାଇଫ ମେମ୍ବର ହେବା ପାଇଁ ଆହ୍ବାନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

IMG-20241023-WA0041
Share

 

 

ପାରଳାଖେମୁଣ୍ଡି,ତା୨୩.୧୦.୨୦୨୪

 

ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସହଯୋଗରେ ଜିଲ୍ଲାରେ ରେଡକ୍ରସ ପାଣ୍ଠି ସଂଗ୍ରହ ନିମନ୍ତେ ଲାଇଫ ମେମ୍ବର ସିଫ୍ ପାଇଁ ୨୦ ଜଣ ସଦସ୍ୟା ସାମିଲ୍ ହୋଇଛନ୍ତି। ସେଥିମଧ୍ୟରୁ ଉପଜିଲ୍ଲାପାଳ ଅନୁପ ପଣ୍ଡା, ଡେପୁଟି କଲେକ୍ଟର ପ୍ରାନକୃଷ୍ଣ ପାଣଗ୍ରାହୀ, କାଶ୍ୟାପି ବେହେରା,ଲିପିନା ଦାଶ, ସୁଚିଶ୍ମିତ ମାଝୀ, ଗୋର ଚନ୍ଦ୍ର ପଟ୍ଟନାୟକ, ଗୋଷଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା, ସହକାରୀ ଜିଲ୍ଲାପାଳ ଜଗନ୍ନାଥ ପାଢୀ, ମଧୁଲିକା ପାତ୍ର, ମଞ୍ଜୁଲତା ବେହେରା, ମନୋଜ କୁମାର ପଟ୍ଟନାୟକ, ପ୍ରଣତି ନାୟକ,ଅତିରିକ୍ତ ତହସିଲଦାର ବି. ଆଲିଆ ରେଡ୍ଡୀ, ଜିଲ୍ଲା ବିପର୍ଯ୍ୟ ପରିଚାଳକ ପ୍ରଦୋଷ କୁମାର ଶତପଥୀ, ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ, ଦିପନ୍ ପରିଡ଼ା , ଜିଲ୍ଲା ଖଣି ଅଧିକାରୀ ଓ ରମେଶ ଚନ୍ଦ୍ର ଦାଶ, ଡିଆଇ କ୍ରୀଡ଼ା ବିଭାଗ ପ୍ରମୁଖ ଲାଇଫ ସଦସ୍ୟା ରହିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ସଦସ୍ୟ ହେବା ପାଇଁ ଚାହୁଛନ୍ତି ଜିଲ୍ଲା ରେଡକ୍ରସ୍ ବିଭାଗ ସହିତ ଯୋଗାଯୋଗ କରି ସଦସ୍ୟା ଉଅନ୍ତୁ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଞ୍ଜ କହିଛନ୍ତି। ତେବେ ଏହି ରେଡକ୍ରସ୍ ପାଣ୍ଠି ମାଧ୍ୟମରେ ଦୁର୍ଘଟଣା ସହାୟତା ହେଉକି ,ଗରିବ ଛାତ୍ରଛାତ୍ରୀଙ୍କ ପାଠପଢା, ଘରପୋଡି,ବନ୍ୟା,ବାତ୍ୟା ଏବଂ ଦୁରାରୋଗ୍ୟ ପାଇଁ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଥାଏ।ଏହାବ୍ୟତୀତ ରକ୍ତ ଭଣ୍ଡାରର ଜରୁରୀ ଆବଶ୍ୟକତା ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଯୋଗାଇ ଦିଆଯାଇଥାଏ। ଏହି ପାଣ୍ଠି ମାଧ୍ୟମରେ ଜୀବନ ବଞ୍ଚାଇବା ଏଵଂ ସୁସ୍ଥ ସମାଜ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରିଥାଏ ।

ଗଜପତି ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ

You may have missed