November 15, 2024

ଆକାଶ ଛୁଆଁ ପନିପରିବା ଦର / ହବିଷ୍ୟାଳି ଚିନ୍ତାରେ 

Share

 

 

କାଶୀନଗର (ଅନନ୍ତ ଆପଟ)

ତା 17/10/24

 

ଦିନ ଥିଲା କାଶୀନଗର ବଜାରରେ ପରିବା ଶସ୍ତା ରେ ମିଳୁଥିଲା ଏବଂ ଏଠାରେ ପରିବା ରପ୍ତାନି ହେଉଥିଲା କିନ୍ତୁ ବର୍ତମାନ

କାର୍ତ୍ତିକ ମାସ ଆରମ୍ଭରୁ ପନିପରିବା ଦର ଏତେ ବଢିଛି ଯେ ହାତ ମାରି ହେଉନି. ଏହି ଧର୍ମ ମାସରେ ହବିଷ୍ୟାଳି ମାନଙ୍କ ପାଇଁ ସଜ ପନିପରିବା କିଣିବା ନିହାତି ଜରୁରୀ ଥିବା ବେଳେ ଦର ଏତେ ବଢିଛି ଯାହା ଛୁଇଁଲେ ଷାଠିଏ ସତୁରି କହିଛନ୍ତି . କାଶୀନଗର ପରିବା ବିକାଳୀ ମାନେ ବର୍ତମାନ ବର୍ଷା ନ ଥିବାରୁ ପରିବା ଦର ବଢିଛି ଏବଂ ଏଠାକାର ମାର୍କେଟ ଆନ୍ଧ୍ର ଉପରେ ସବୁବେଳେ ନିର୍ଭର କରୁଥିବାରୁ ଆନ୍ଧ୍ରର ଦର ଉପରେ ଏଠାରେ ଦର ବଢିବା କମିବା ନିର୍ଭର ହୋଇଥାଏ ବୋଲି ଜଣେ ପରିବା ବିକାଳୀ ଆମ ପ୍ରତିନିଧି ଙ୍କୁ ସାକ୍ଷାତକାରରେ କହିଥିଲେ. ହବିଷ୍ୟାଳି ମାନଙ୍କ ମୁଖ୍ୟ ପରିବା ହେଲା କଞ୍ଚା କଦଳୀ, ଟମାଟ, କନ୍ଧ ମୂଳ, ମଞ୍ଜା, ବୋଇତାଳୁ, କାକୁଡି ଯାହା କି ପରିବା ବଜାର ରେ ସବୁ ଦିନ ମିଳେ ନାହିଁ. ଜଣେ ମଧ୍ୟବିତ୍ତ ପରିବାର ର ବ୍ୟକ୍ତି 500 ଟଙ୍କା ଧରି ପରିବା କିଣିଲେ ବେଗ ମଧ୍ୟ ଭାର୍ତ୍ତି ହେଉନି. ସବୁ ପରିବା ଦର ଷାଠିଏ ସତୁରି ଟଙ୍କା ଉପରକୁ ଅଛି. ପରିବା ଦର ଥରେ ବଢିଲେ ଆଉ କମୁ ନ ଥିବା କିଛି ଖାଉଟି କହୁଛନ୍ତି. ଦରରେ ନିୟନ୍ତ୍ରଣ ଆଣିବା ନିହାତି ଜରୁରୀ ହୋଇ ପଡିଛି ଯେ ହେତୁ କାର୍ତିକ ମାସ ଭଳି ପୁଣ୍ୟ ମାସରେ ଆମିଷ ନ ଖାଇ ଲୋକ ମାନେ ସାତ୍ଵିକ ଭୋଜନ ପାଇଁ ଆକୃଷ୍ଟ ହୋଇଥାନ୍ତି.