June 23, 2026

ଚିତ୍ରକଳା କର୍ମଶାଳା :ରଙ୍ଗ ତୁଳୀରେ ମାଁ ଦୁର୍ଗା 

IMG-20241015-WA0007
Share

 

ସମ୍ବଲପୁର, ତା. ୧୪. ୧୦(ଆନିସ):ଧନୁପାଲି ଦୁର୍ଗା ପୂଜା କମିଟି ଦ୍ବାରା ଆୟୋଜିତ ମହାନବମୀ ତିଥିରେbh ଧନୁପାଲି ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ଚିତ୍ରଶିଳ୍ପୀ ସଞ୍ଜୟ ସାହୁଙ୍କ ତତ୍ତ୍ଵାବଧାନରେ ନଅ ଜଣ ତରୁଣୀ ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା କର୍ମଶାଳା ରଙ୍ଗରେ ରଙ୍ଗରେ ନବଦୁର୍ଗା ଅନୁଷ୍ଠିତ ହୋଇଯାଇଛି।ଏଥିରେ କାନଭାସ ଉପରେ ରଙ୍ଗ ତୂଳୀର ସ୍ପଶରେ ମାଆ ଦୁର୍ଗାଙ୍କ ବିଭିନ୍ନ ରୂପରେ ଚିତ୍ରଣ କରିଥିଲେ ଚିତ୍ରଶିଳ୍ପୀ ଶ୍ରଦ୍ଧା ସୁମନ ସାହୁ , ଶିବାନୀ ଭୋଇ,ଶିଳ୍ପୀ ରାମ, ସୁମନ ପଟେଲ , ଲୋପାମୁଦ୍ରା ପ୍ରଧାନ , ଇତିଶା ମହାପାତ୍ର, ଖୁସି ସାହା, ଅନୁଷ୍କା ପଣ୍ଡା ଏଵଂ ଇପ୍ସା ପ୍ରିୟଦର୍ଶିନୀ ସାହୁ।କାର୍ଯ୍ୟକ୍ରମରେ କମିଟି ର ସଭାପତି ନରେନ୍ଦ୍ର ପ୍ରକାଶ ରାୟଗୁରୁ , ସାଧାରଣ ସମ୍ପାଦକ ପ୍ରମୋଦ ମହାପାତ୍ର,ଉପ ସଭାପତି ଅନିଲ କୁମାର ମିଶ୍ର, କୋଷାଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଆଇନ ପରାମର୍ଶ ଦାତା ସରୋଜ ସାହୁପ୍ରମୁଖ ଉପସ୍ଥିତ ରହି ଚିତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ ରୂପେ ରୂପାୟନ କରିଥିଲେ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର୍ ପଟ୍ଟନାୟକ।

You may have missed