April 28, 2026

ମିସାଇଲ ମ୍ୟାନ ଡ଼ଃ.ଏପିଜେ ଅବଦୁଲ କଲାମ ଙ୍କୁ ଛତ୍ରପୁର ଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି            

IMG-20241015-WA0009
Share

 

ଛତ୍ରପୁର- ୧୫/୧୦/୨୪(ଅରୁଣ କୁମାର ପଣ୍ଡା )ରାଧେଶ୍ୟାମ ଫାଉଣ୍ଡେସନ୍ ଏଣ୍ଡ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରହିତ୍ୟ ରେ ମିଶାଇଲ ମ୍ୟାନ, ଭାରତ ରତ୍ନ ପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ଼ଃ ଏ. ପି. ଜେ. ଅବଦୁଲ କାଲାମଙ୍କ ୯୩ ତମ ଜନ୍ମ ବାର୍ଷିକୀ ମହା ସମାରୋହରେ ପାଳନ କରାଯାଇଅଛି l ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି ପାପା ରାଓ ଯୋଗ ଦେଇ ସ୍ଥାନୀୟ ପୁରୁଣା ଥାନା ସମ୍ମୁଖରେ ଥିବା ଏ. ପି. ଜେ. ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ ତାଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟ ରେ କାଉନସିଲର ପ୍ରିତିଛନ୍ଦା ସାମଲ,ସନ୍ତୋଷୀ ସେଠି ,ମାମା ସେଠି, ବି. ନିଶ୍ଚଳା , ଡି . ଇନ୍ଦୁ, କେ. ରମେଶ ଓ ମମତା ପାତ୍ର, ଟ୍ରଷ୍ଟ ର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଉପଦେଷ୍ଟା ଡ଼ଃ ପ୍ରଶାନ୍ତ କୁମାର ଶତପଥୀ, ବି. ଗୋପାଳ ସ୍ଵାମୀ ଓ ସୁବ୍ରତ ପଢିଆରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅବଦୁଲ କଲାମ ଙ୍କ ସ୍ମୃତି ଚାରଣ କରିଥିଲେ l