April 27, 2026

ନିଆରା ସଂସ୍କୃତି ଓ ପରମ୍ପରା, ଗ୍ରାମ ପରିକ୍ରମଣରେ ଗଡ଼ଦେବୀ ରାମଚଣ୍ଡୀଙ୍କ ଖଡ୍ଗ।

IMG-20241013-WA0004
Share

 

 

ବୋଲଗଡ଼,(ଉପାନ୍ତ ଖବର): ସଂସ୍କୃତି ଓ

ପରମ୍ପରାକୁ ବଜାଇ ରଖିଛି ଗଡ଼ଭିତରସ୍ଥିତ ରାଜ ପ୍ରତିଷ୍ଠିତ ଗଡ଼ଦେବୀ ମା ରାମଚଣ୍ଡୀଙ୍କ

ଗଡ଼ପୀଠ।ବ୍ରିଟିଶ ଶାସନ ସମୟେ ତତ୍କାଳୀନ ପୁରୀ ଗଜପତି ଏଠାରେ ମା’ଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରି ସ୍ୱୟଂ ନିଜେ ମା ରାମଚଣ୍ଡୀ ଠାକୁରାଣୀଙ୍କୁ ପ୍ରତିଷ୍ଠା କରିଥିବାର କାଳେ ଶୁଣିବାକୁ ମିଳେ ଓ ଏହାର କିମ୍ବଦନ୍ତୀ ରହିଛି ମଧ୍ୟ।ଶୁଣାଯାଏ ବୋଲଗଡ଼ ଗାଁର ଅସ୍ତିତ୍ୱ ନଥିବା ବେଳେ ପୁରୀ ଗଜପତି ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଜାତି ବର୍ଗ ପାଟକରୁ ସଢ଼େଇଗଡ଼ରୁ ଏଠାକୁ ଆଣି ଏଠାରେ ବସବାସ ଓ ଗାଁ ସ୍ଥାପନ କରାଇ ବଳଦୁର୍ଗ ନାମରେ ନାମିତ କରିଥିବାର ବୋଲଗଡ଼ ଇତିହାସ କହୁଅଛି ଓ ଦଳବେହେରା ପରିବାର ସେଥିମଧ୍ୟରୁ ଉଦାହରଣ ରହି ଆସିଅଛି।ଯାହାକି ପୁରାତନ ବଳଦୁର୍ଗ ଆଜି ନୂତନ ବୋଲଗଡ଼ ନାମରେ ପରିଚିତ ରହିଅଛି।ତେବେ ସେହି ପରମ୍ପରା ଓ ସଂସ୍କୃତି କହେ ମା ରାମଚଣ୍ଡୀ ଠାକୁରାଣୀ ଷୋଳ ପୂଜାରେ ଥାଇ ପ୍ରତିଦିନ ସନ୍ଧ୍ୟାରେ ମା’ ଙ୍କର ବିଭିର୍ଣ୍ଣ ବେଶ ଓ ଭୋଗଲାଗି ହୋଇ ଆସୁଅଛି।ବିଶେଷ କରି ଅଷ୍ଟମୀ ସନ୍ଧ୍ୟାରେ ମା’ଙ୍କ ନିକଟରେ ଆମିଷ (ମାଛ) ଶଙ୍ଖୁଡ଼ି ଭୋଗ ଲାଗି ହେବାର ବହୁ ପୁରାତନ। ଷୋଳପୂଜା

ଆରମ୍ଭ ଠାରୁ ମା’ଙ୍କ ଖଡ୍ଗ ପୂଜାରେ ରହିଥିବା ବେଳେ ବିଜୟା ଦଶମୀ ସନ୍ଧ୍ୟାରେ ଖଡ୍ଗ ଗାଁ ପରିକ୍ରମା କରି ଗାଁ ମୁଖିଆ ଦଳବେହେରାଙ୍କ ଦ୍ଵାର ନିକଟକୁ ଯାଇ ସେଠାରେ ଖଡ୍ଗ ସମ୍ପୃକ୍ତ ପରିବାର ମହିଳା ମାନଙ୍କ ଦ୍ଵାରା ପୂଜାର୍ଚନା ହୋଇ ସ୍ୱମନ୍ଦିରକୁ ଖଡ୍ଗ ଫେରିଆସନ୍ତି।ଏହା ହେଉଛି ଠାକୁରାଣୀଙ୍କ ଖଡ୍ଗର ପୁରାତନ ସଂସ୍କୃତି ଓ ପରମ୍ପରା।ଯାହାକି ପୁରାତନ କାଳରୁ ଠାକୁରାଣୀଙ୍କ ଖଡ୍ଗ ବିଜୟା ଦଶମୀରେ ଗାଁ ପରିକ୍ରମଣ କରି ଆସୁଅଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।