April 26, 2026

ତିର୍ତ୍ତୋଲ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ,ସ୍ୱର୍ଣ୍ଣିମ ମେଢ଼ରେ ବିରାଜିତା ମା’ଦୂର୍ଗା !!

IMG-20241013-WA0003
Share

ତିର୍ତ୍ତୋଲ – “”ଦୁର୍ଗେ ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ ମା’ଜଗଦମ୍ବେ,ଦୁଷ୍ଟ ନିବାରିଣୀ ଦର୍ପଦଳିନୀ ସିଂଘବାହିନୀ ମା’ଅମ୍ବେ !”ଅଶ୍ୱିନ ମାସର କାଶତଣ୍ଡୀ ଫୁଲର ସମ୍ଭାରରେ,କାକର ଭିଜା ରାତ୍ରିର କୋମଳ ସ୍ପର୍ଶରେ ଧରାବତରଣ କରନ୍ତି ମା’ଦୂର୍ଗା !ଶାରଦୀୟ ଦୁର୍ଗାପୂଜାର ମାହୋଲ ଭକ୍ତମୟ ହୋଇଉଠେ ସହର ଠାରୁ ପୁରପଲ୍ଲୀ ଯାଏ ! ପୂଜା ମଣ୍ଡପ ମାନଙ୍କରେ ଆୟୋଜିତ ହୁଏ ଭକ୍ତି ରସମୟ ସାଂସ୍କୃତିକ କାର୍ଯ୍ୟକ୍ରମ !ଖୁସୀ ଆନନ୍ଦରେ ଗୁଞ୍ଜରିତ ହୁଏ ପୂଜାର ମାହୋଲ !ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ର ତିର୍ତ୍ତୋଲ ସାର୍ବଜନୀନ ଦୁର୍ଗାପୂଜା କମିଟିରେ ! ଏହି ପୂଜା ମଣ୍ଡପରେ କର୍ତ୍ତା ଓ କର୍ତ୍ତି ଭାବେ ଥିଲେ ସୁଧୀରକାନ୍ତ ଚୌଧୁରୀ, ସ୍ମିତାରାଣୀ ଚୌଧୁରୀ ଏବଂ ପୁରୋଧା ଭାବେ ମିହିର ରଞ୍ଜନ ପଣ୍ଡା ପୂଜାର ସମସ୍ତ ଦାୟିତ୍ୱ ବହନ କରିଥିବା ବେଳେ,ଲଲାଟ କେଶରୀ ମହାପାତ୍ର ଙ୍କ ତତ୍ୱାବଧାନରେ ଆୟୋଜିତ ପୂଜା ମଣ୍ଡପରେ ସ୍ୱର୍ଣ୍ଣିମ ମେଢ଼ରେ ବିଜେ କରିଥିଲେ ମା’ଦୂର୍ଗା ଙ୍କ ମୃଣ୍ମୟୀ ମୁର୍ତ୍ତୀ ! ଏହି ଅବସରରେ ଅନେକ ଭକ୍ତଙ୍କ ମେଳରେ ଯୋଗଦେଇଥିଲେ ଯୁବ ସମାଜସେବୀ ବେଦଦ୍ୟୁତି ପୃଷ୍ଟି,ରବୀନ୍ଦ୍ର କୁମାର ମଲ୍ଲିକ,ତିର୍ତ୍ତୋଲ ପ୍ରେସ କ୍ଲବ ର ସହ ସମ୍ପାଦକ !

 

:-ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର……