June 28, 2026

ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ନାୟକଙ୍କ ସ୍ମୃତିଚାରଣ ସଭା ,,

IMG-20241010-WA0008
Share

 

ବାଲେଶ୍ଵର ( ଦେବାଶିଷ ଦାଶ୍ )

ବାଲେଶ୍ଵର ଜିଲ୍ଲା ଖଇରା ପ୍ରତିଭା ପରିବାରର ସଭାପତି, ଜନ ଜାଗରଣ ମଞ୍ଚ ସଭାପତି, ସାହିତ୍ୟ ସଂସଦ ସମ୍ପାଦକ, ଅବସରପ୍ରାପ୍ତ ଶିକ୍ଷକ ସଂଘ ସଦସ୍ୟ, ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ଏବଂ ଵିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ ଭାବେ ସୁନାମ ଅର୍ଜନ କରିଥିବା ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ନାୟକଙ୍କ ସ୍ମୃତିଚାରଣ ସଭା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭଵନ ସଭାଗୃହ ମଧ୍ୟରେ ଅନ୍ତର୍ଯ୍ୟାମୀ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ନିଳଗିରି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଖଇରା ତାଙ୍କର କର୍ମଭୂମି ଥିଲା । ସେ ସମ୍ପୃକ୍ତ ଅଞ୍ଚଳରେ ବହୁ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କ ମନରେ କେବେ ଗର୍ବ ଅହଂକାର ନଥିଲା । ସର୍ବଦା ହସହସ ମୁହଁରେ ସମସ୍ତଙ୍କୁ ଭଲ ପାଉଥିଲେ । ଯେତେବେଳେ ଯେଉଁ ଅନୁଷ୍ଠାନ ତାଙ୍କୁ ଡାକିଛି ସେ ଉପସ୍ଥିତ ହୋଇ ସମସ୍ତଙ୍କର ପ୍ରିୟପାତ୍ର ହୋଇଛନ୍ତି । ବହୁ ଗୁଣର ଅଧିକାରୀ ଥିଲେ ସେ । ତାଙ୍କର ସୁଗୁଣ ବିଷୟରେ ବର୍ଣ୍ଣନା କରିବା ଅସମ୍ଭବ । ଭାରି ଅମାୟୀକ ଲୋକ ଥିଲେ ସେ । ଉପସ୍ଥିତ ସମସ୍ତ ଉମେଶ ପ୍ରେମୀ ମାନେ ସ୍ବର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ତାଙ୍କୁ ହରାଇ ସମ୍ପୃକ୍ତ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥିରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ରଘୁନାଥ ପତ୍ରୀ, ଡ. ହରେକୃଷ୍ଣ ରାଉତ, ବୁଦ୍ଧିରାମ ପାଣିଗ୍ରାହୀ, ସନାତନ ବେହେରା, ମୁକ୍ତିକାନ୍ତ ଶତପଥୀ, ରମାକାନ୍ତ ଶତପଥୀ, ମାୟାଧର ନାୟକ, ଜୟନ୍ତ କୁମାର ପଣ୍ଡା, ସୁଦର୍ଶନ ପାଣିଗ୍ରାହୀ, ଶଶିକାନ୍ତ ଦାସ, ସୁଦାମ ଚରଣ ରାଉତ, ଦେବେନ୍ଦ୍ର କୁମାର ରାଉତ, ପ୍ରାଧ୍ୟାପକ ବସନ୍ତ କୁମାର ଖିଲାର, ପ୍ରାଧ୍ୟାପକ ଯୁଗଳ କିଶୋର ଗାହାଣ, ସ୍ନେହଲତା ପରିଡ଼ା, ଡ. ପ୍ରଭାକର ପଣ୍ଡା, ଅଞ୍ଜଳିକା ମହାନ୍ତି, ସୁରମା ପାଣି, ରାମକୃଷ୍ଣ ଦାସମହାପାତ୍ର, ବିଷ୍ଣୁ ପ୍ରସାଦ ମିଶ୍ର, ବିମନ କୁମାର ବାରିକ, ଚିନ୍ତାମଣି ସାହାଣୀ, ରଶ୍ମିତା ମହାପାତ୍ର, ପ୍ରଶାନ୍ତ କୁମାର ଦାସ, ନିରଞ୍ଜନ ବେହେରା, ଡ. ଉଦୟ ରଞ୍ଜନ ଦାସ, ଅଭିରାମ ମହାପାତ୍ର, ଷଡାନନ ପାଣିଗ୍ରାହୀ, କୈଳାସ ଚନ୍ଦ୍ର ବେହେରା, ଗୌରାଙ୍ଗ ଚରଣ ପାଣି, ନିର୍ମଳ କୁମାର ବେହେରା, ସନ୍ତୋଷ କୁମାର ବିଶ୍ବାଳ, ଜ୍ଯୋତ୍ସ୍ନାରାଣୀ ପୃଷ୍ଟି, ରତ୍ନାକର ସେଣ୍ଢ, ଭରତ ଚନ୍ଦ୍ର ସାହୁ, ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ଅନୁଷ୍ଠାନର ସକ୍ରିୟ ସଦସ୍ୟା ଭଉଣୀ କୁଞ୍ଜଲତା ମାହୁନ୍ତ, ଜନଜାଗରଣ ମଞ୍ଚ ଓ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ ମାନେ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।।