October 8, 2024

ବୁଗୁଡ଼ା ବ୍ଲକରେ ୩୬ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି 

Share

 

ବୁଗୁଡା : ତା ୦୭/୧୦/୨୪ :ରାଜ୍ୟରେ ୧୬,୦୦୯ ଏବଂ ଗଞ୍ଜାମ ଜିଲ୍ଲାରେ ୧୦୯୨ ଜଣ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପରିପ୍ରେକ୍ଷୀରେ ବୁଗୁଡା ବ୍ଲକରେ ୩୬ ଜଣ ଶିକ୍ଷକ ନିଯୁକ୍ତି ପାଇଥିବାର ଜଣାଯାଇଛି । ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏସ୍ଓ ପ୍ରିୟଦର୍ଶୀ ଦାଶ , ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ ପ୍ରମୁଖଙ୍କ ଦ୍ବାରା ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କର ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ବିଇଓ ଚିନ୍ମୟ ମହାପାତ୍ର ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ତେବେ ବିଇଓ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ନିମନ୍ତେ ଆବଶ୍ୟକୀୟ ୬୪ଟି ମଧ୍ୟରୁ ୩୬ଟିରେ ନିଯୁକ୍ତି ପାଇଥିବା ବେଳେ ସେଥିରେ ୧୫ ଜଣ କନିଷ୍ଠ ଶିକ୍ଷକ ଓ ୨୧ ଶିକ୍ଷୟିତ୍ରୀ ରହିଥିବା ଜଣାଯାଇଛି।