April 25, 2026

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ କିନ୍ନର ମାନଙ୍କ ଦକ୍ଷତା କୌଶଳକାର୍ଯ୍ୟକ୍ରମ ଉଦଯାପିତ ପ୍ରଶିକ୍ଷଣ ପରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ

WhatsApp Image 2023-03-18 at 15.10.19
Share

 

ପାରଳାଖେମୁଣ୍ଡି:୧୮/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ
ପ୍ରଶିକ୍ଷଣ ଗୃହଠାରେ କିନ୍ନର ମାନଙ୍କଦକ୍ଷତା ବିକାଶ ପାଇଁ ହସ୍ତଶିଳ୍ପ ଉପରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି।ଏହି ଉଦଯାପନି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ.କୁମାର ଯୋଗ ଦେଇ ପ୍ରଶିକ୍ଷଣାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିବାର ଜଣାପଡ଼ିଛି।ପ୍ରକାଶ ଯେ ଜିଲ୍ଲାରେ ଥିବା କିନ୍ନର ମାନଙ୍କର ଦକ୍ଷତା ବିକାଶ ପାଇଁ ହସ୍ତଶିଳ୍ପ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ମଧ୍ୟରୁ ଟେରାକୋଟା, ଚାନ୍ଦୁଆ, ପଟ୍ଟଚିତ୍ର ଏବଂ କତା କାମ ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଥିଲାପ୍ରଥମପର୍ଯ୍ୟାୟରେ ୧୦ ଜଣ କିନ୍ନରଙ୍କୁ ଟେରା କୋଟା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲାଏହି କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଏବଂ ହସ୍ତତନ୍ତ୍ର ଓ ବୟନଶିଳ୍ପ ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତହୋଇଥିଲାପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପନ ହୋଇ ଯାଇଥିବାରୁ କିନ୍ନର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ପରବର୍ତ୍ତୀ ମୁହୂର୍ତ୍ତରେ ଆତ୍ମନିର୍ଭରଶୀଳ ଲାଗି ବିଭିନ୍ନ ଋଣ ରାଶି ଓ ପ୍ରୋତ୍ସlହନ ରାଶି ସାମାଜିକ ସୁରକ୍ଷା ଏବଂସଶକ୍ତିକରଣ ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।ତାଲିମ ପରେ ପ୍ରମାଣପତ୍ର ସହ ଷ୍ଟାଇପେଣ୍ଡ ଭାବେ ନଗଦ ୨୦୦୦ ଟଙ୍କା ପ୍ରଦାନ କରାଯାଇ ଥିବାର ଜଣା ପଡ଼ିଛି।ଏପରି ଏକ ମହତ୍ତ୍ୱ କାର୍ଯ୍ୟକ୍ରମ ସଫଳ ରୂପେ ସମାପନ ହୋଇ ଥିବାରୁ କିନ୍ନର ମାନେ ସରକାର ଏବଂ ଗଜପତି ଜିଲ୍ଲା ପ୍ରଶାସନକୁ ଭୁୟସ ପ୍ରଶଂସା କରିଥିଲେ। ଟେରାକୋଟା ତାଲିମ ନେଇଥିବା ୧୦ କିନ୍ନର ମାନେ ହେଲେ ଯଥା ଯସ୍ମୀଣ ଶେଖ, ମଧୁ ବରଡା, ସୁନୀଲ ମିଶାଲ,ସ୍ୱିଟି ବେହେରା, କରିନା ମହାରଣା, ଭୁବନ ଅନନ୍ତ,ଘାସି ଗୌଡ଼, ସନ୍ତୋଷ ମହାଙ୍କୁଡ଼,ବି.ଖଗେଶ୍ବର ରାଓ ଓ ଆଇସା ପ୍ରଧାନ ପ୍ରମୁଖ ଅଛନ୍ତି l