August 24, 2026

ପାରଳାଖେମୁଣ୍ଡିସ୍ଥିତଜିଲ୍ଲାମୁଖ୍ୟଚିକିତ୍ସାଧିକାରୀ କାର୍ଯ୍ୟାଳୟ ପରିସରରେ ବିଶ୍ୱଗ୍ଲୋକମା ଦିବସ ପାଳିତ

WhatsApp Image 2023-03-18 at 13.15.52
Share

ପାରଳାଖେମୁଣ୍ଡି:୧୮/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ଗ୍ଲୋକମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଡକ୍ଟର ରିକି ମାଣିକ ସ୍ୱର , ଡିଏମ୍ଓ ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ଏନ ଏଚ ଏମ ଡିପିଏମ୍ ସୌମ୍ୟ ରାଣୀ ଗୌଡ଼, ଏଡିପି ଏଚ ଓ ଡକ୍ଟର ଆନନ୍ଦ ସାମନ୍ତରାୟ , ଅପ୍ଟିକାଲ ଆସିଷ୍ଟେଣ୍ଡ ଜନ୍ମେଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଶ୍ୱ ଗ୍ଲୋକମା ଦିବସ ଉପରେ ଅତିଥି ମାନେ ନିଜର ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେଏ ଡି ପି ଏଚ ଓ ନେତ୍ରାନନ୍ଦ ଶତପଥୀ, ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଂପ୍ରସାରଣ ଅଧିକାରିଣୀ, ଜଗଦୀଶ ପଟ୍ଟନାୟକ, ନୀଳମଣି ଗୌଡ଼ , ସୁବାଷ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏ. ଏନ.ଏମ.ଟି.ସି ଛାତ୍ରୀ,କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ |