April 25, 2026

ଗୁଣୁପୁର ଉପଖଣ୍ଡ ହସ୍ପିଟାଲ ରେ ଡାକ୍ତର ଅଭାବ – ବିଶେଷଜ୍ଞ ଡାକ୍ତର ନିଯୁକ୍ତ ଦାବିରେ ଶୋଭାଯାତ୍ର।

WhatsApp Image 2023-03-18 at 18.12.12
Share

 

ଗୁଣୁପୁର, ତା ୧୮/୦୩..-(ସୁରେନ୍ଦ୍ର ମହାନ୍ତି ) ରାୟଗଡା ଜିଲ୍ଲା ଗୁଣୁପୁର ହସ୍ପିଟାଲ କୁ
ଉପଖଣ୍ଡ ହସ୍ପିଟାଲ ର ମାନ୍ୟତା ପାଇବାର 25 ବର୍ଷ ପରେ ମଧ୍ଯ 19 ଡାକୁର ବଦଳରେ ଅଛନ୍ତି 3 ଜଣ ଡାକ୍ତର ।ଯାହା ଫଳରେ ଉପଖଣ୍ଡ ର ୬୦୦ ରୁ ଉର୍ଦ୍ଧ୍ବ ଗ୍ରାମ ର ଲୋକେ ସ୍ବାସ୍ଥ୍ୟ ସମସ୍ୟା ରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏ ବାବଦରେ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଧାୟକ ସାଂସଦ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଉପଖଣ୍ଡ ହସ୍ପିଟାଲ ରେ ୧୯ ବଦଳରେ ଆଜିଯାଏଁ ୩ ଜଣ ଡାକ୍ତର ହିଁ ଅଛନ୍ତି । ଫଳରେ ଅଧିକ ଖର୍ଚ।ନ୍ତ ହୋଇଲୋକେ ସ୍ବାସ୍ଥ୍ୟ ସେବା ସୁବିଧା ପାଇଁ ବ୍ରହ୍ମପୁର, କଟକ, ରାଗଲୁ,ବିଶାଖାପାଟଣା ଓ ପାରଳାଖେମୁଣ୍ଡି କୁ ଯିବାକୁ ପଡୁଛି । ଗତ ଦିନରେ ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ଅନୁରୂପ ଦାବି ପତ୍ର ରାୟଗଡା ଜିଲ୍ଲାପାଳ ସ୍ବାଧା ଦେବ ସିଂ ଙ୍କୁ ଜଣାଇବାରୁ
ଜିଲ୍ଲାପାଳ ସିଂ ମୋ ହାତରେ କିଛି ନାହିଁ ମୁଁ ଏ ବିଷୟରେ ରାଜ୍ୟ ସରକାର ଙ୍କୁ ଜଣାଇବି ବୋଲି ହାତ ଝାଡ଼ି ଦେଇଥିଲେ ।
ଯଦି ଜିଲ୍ଲାପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ଙ୍କ ଠାରୁ ଏଭଳି ଉତ୍ତର ମିଳେ ତେବେ ଲୋକଙ୍କ ସମସ୍ୟା ରେ କେଉଁ ମାନେ ଜିଲ୍ଲାପ୍ରଶାସନ ଓ ନିର୍ବାଚିତ ପ୍ରତିନିଧୂ କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଗୁଣୁପୁର ସହର ବାସୀ ।
ଗୁଣୁପୁର ସଦର ହସ୍ପିଟାଲ ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁଣୁପୁର ସହରବାସୀ ଏବଂ ଗୁଣୁପୁର ଉପଖଣ୍ଡ ବିକାଶ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ 5 ଟି ସଚିବ ଭି କେ ପାଣ୍ଡିଆନ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଗୁଣୁପୁର ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ
ସୁଜାତା ପାଢ଼ୀ ଙ୍କୁ ବରିଷ୍ଠ ଓକିଲ ଉମା ପଟ୍ଟନାୟକ, ପ୍ରମୋଦ କୁମାର ସାହୁ,ୱାଇ ଗଣପତି,ବିଜୟ ଗମାଙ୍ଗ,
ଇନ୍ଦ୍ରାକ୍ଷୀ ଦାସ,ଅମର ସାହୁ, ରାମ ନାୟକ, ସୁରେନ୍ଦ୍ର ମହାନ୍ତି, ଦିପୁ ପଣ୍ଡା,ଶିବ ଗୌଡ଼,ରାମ ମହାନ୍ତି,ରମେଶ ଲିମା,ସୁନୀଲ ସାବତ,ପ୍ରମୋଦ କୁମାର ଦାସ, ଭାଗିରଥି ବିଷୋୟୀ,ଶିବ କୁମାର ପାଢ଼ୀ, ସତ୍ୟ ସୁନ୍ଦର କର ପ୍ରମୁଖ ପ୍ରଦାନ କରିଛନ୍ତି । ଯଦି ରାଜ୍ୟ ସରକାର ଦାବି ନ ମାନନ୍ତି ତେବେ ଆଗକୁ ଯେଉଁ ପରିସ୍ଥିତି ହେବ ସେଥ୍ ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଜଣାଇଛନ୍ତି |