October 5, 2024

ପୁରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀ ପକ୍ଷରୁ “ଯୁବ ରେଡ଼କ୍ରସ ଇଣ୍ଡକସନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Share

 

ପୁରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀ ଆନୁକୂଲ୍ୟରେ ଅଧକ୍ଷ ଡ଼କ୍ଟର ବିଶ୍ୱନାଥ ବଳିୟାରସିଂଙ୍କ ଅଧକ୍ଷତାରେ ” ଯୁବ ରେଡ଼କ୍ରସ ଇଣ୍ଡକସନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ ବିଶ୍ୱନାଥ ବଳିୟାରସିଂହ ” ମାନବ ସେବାହିଁ ମାଧବ ସେବା ” କହି ଛାତ୍ରୀମାନଙ୍କୁ ସ୍ବେଛାସେବୀ ହେବାକୁ ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲା ଯୁବ ରେଡ଼କ୍ରସ ର ସଂଯୋଜିକା ଡ଼କ୍ଟର ସ୍ମୁତିରାଣୀ ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ରେଡ଼କ୍ରସ ଆଭିମୁଖ୍ୟ ଏବଂ ରେଡ଼କ୍ରସ ବିଶ୍ୱର ସର୍ବଶ୍ରେଷ୍ଠ ସାମାଜିକ ସେବା ସଂସ୍ଥା ମାଧ୍ୟମରେ ଯୋଗଦେଇ ମାନବ ସେବାକୁ ଧର୍ମ ରୂପେ ଗ୍ରହଣ କରିବା ପାଇଁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ l ଏଥିସହିତ ପୁରୀ ସଦର ଚିକିତ୍ସାଳୟ ର ଡାକ୍ତର ଯୋଗଦେଇ HIV ଏବଂ AIDS ଭଳି ମାରାତ୍ମକ ରୋଗର ଲକ୍ଷଣ ଏବଂ ଏହାଠାରୁ କିଭଳି ନିଜକୁ ସୁରକ୍ଷିତ ରହିବା ପାଇଁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଯୁବ ରେଡ଼କ୍ରସ ସଂଯୋଜକ ନରେନ୍ଦ୍ର କୁମାର ଦଳାଇ, ଅଶୋକ କୁମାର ପ୍ରଧାନ, ମୋନାଲିସା ମିତ୍ର ଓ ଲକ୍ଷ୍ମୀଧର ମିଶ୍ର ପରିଚାଳନା କରିଥିଲେ l ଶେଷରେ ସଂସ୍କୃତ ବିଭାଗ ର ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ