April 27, 2026

ତିର୍ତ୍ତୋଲ ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା….. (ସ୍କୁଟି ସହ ୨୫ ଲିଟର ଚୋରା ଦେଶୀ ମଦ ଜବତ)

IMG-20241005-WA0075
Share

 

 

ତିର୍ତ୍ତୋଲ( ରଞ୍ଜନ କୁମାର ମଲ୍ଲିକ)ଅବକାରୀ ବିଭାଗର ଅଚାନକ ଚଢ଼ାଉ ରେ ଧରାପଡ଼ିଲା ଜୁପିଟର ଗାଡି ସହିତ ୨୫ ଲିଟର ମଦ।ଘଟଣା କ୍ରମରେ ଚୋରା ମଦ ଚାଲାଣ ର ଖବର ପାଇ ଅବକାରୀ ବିଭାଗର କର୍ମଚାରୀ ମାନେ କେନ୍ଦ୍ରାପଡା ଜିଲ୍ଲାରୁ ଜୁପିଟର 125 ସ୍କୁଟି ଦ୍ୱାରା ଚୋରା ଚାଲାଣ ହେଉଥିବା ଦେଶୀ ମଦ କୁ ତେଣ୍ଡାକୁଡା ଅଞ୍ଚଳରୁ ଜବତ କରିଛନ୍ତି।ସେଥି ମଧ୍ୟରୁ ମାନସ ରଞ୍ଜନ ଦାଶ ପିତା -ପୂର୍ଣଚନ୍ଦ୍ର ଦାଶ,ଗ୍ରାମ-ତେଣ୍ଡାକୁଡା, ଥାନା-ପାଟକୁରା, କେନ୍ଦ୍ରାପଡା ଙ୍କ ଠାରୁ ୧୫ ଲିଟର ଆସ୍କାଫଟି ଜବତ ହୋଇଥିବା ବେଳେ ଦୀପକ କୁମାର ବେହେରା,ପିତା ଗଗନ ବେହେରା,ଗ୍ରାମ ମଙ୍ଗଳପୁର,

ଥାନା ନେମାଳ,ଜିଲ୍ଲା କଟକ ଙ୍କ ଠାରୁ ୧୦ ଲିଟର ଆସ୍କାଫଟି ଜବତ ହୋଇଛି। ଜଗତସିଂହପୁର ସୁପରିଟେଡେଣ୍ଟ ଅନିତା ପ୍ରଧାନ ଙ୍କ ନିର୍ଦ୍ଦେଶରେ ପାରାଦ୍ୱୀପ ଅବକାରୀ ଆଇଆଇସି ପ୍ରଶାନ୍ତ କୁମାର ମହାନ୍ତି ଙ୍କ ତତ୍ୱାବଧାନରେ ତିର୍ତ୍ତୋଲ ଅବକାରୀ ବିଭାଗର ଓଆଇସି ରାଜକିଶାର ଜେନା, ଏ ଏସ ଆଇ ହିମାଂଶୁ ନାୟକ, ମନୋଜ କୁମାର ପରିଡା, ଲକ୍ଷ୍ମୀ ନାରାୟଣ ମଲ୍ଲିକ, କଲ୍ୟାଣୀ ସେଠୀ ଏବଂ ସୁଶାନ୍ତ ଦାସ ଙ୍କ ମିଳିତ ସହଯୋଗ ରେ ଏପରି ବଡ଼ ସଫଳତା ମିଳିଥିବାର ଜଣାଯାଇଛି।ଜବତ ହୋଇଥିବା ଜୁପିଟର ସ୍କୁଟି ଓ ମଦକୁ ସିଜ କରିବା ସହିତ ଦୁଇ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ତରଫରୁ କୁହାଯାଇଛି।