October 5, 2024

ସବୁଦିନ ପାଇଁ ମନେ ରହିବେ ବାଲେଶ୍ୱର ପୂର୍ବତନ ଏସପି ସାଗରିକା ନାଥ।

Share

 

ବାଲେଶ୍ୱରର ପୂର୍ବତନ ଏସ୍ ପି ତଥା ଆଇପିଏସ୍ ଅଫିସର ସାଗରିକା ନାଥ।ପ୍ରାୟ ଦୁଇବର୍ଷ ବାଲେଶ୍ୱର ଏସପି ଭାବରେ କାମକରି ଏବେ ଅନ୍ୟତ୍ର ବଦଳି ହୋଇଛି ତାଙ୍କର।ଜଣେ ଦବଙ୍ଗ ପୋଲିସ ଅଫିସର ଭାବେ ପୂର୍ବରୁ ଆମେ ଶୁଣିଥିଲେ।କିନ୍ତୁ ବାଲେଶ୍ୱରରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ପ୍ରମାଣ ହେଇଗଲା ଯେ ସାଗରିକା ନାଥ ଜଣେ ଦବଙ୍ଗ ପୋଲିସ ଅଫିସର।ସାଗରିକା ନାଥ ବାଲେଶ୍ୱରରେ ଯୋଗ ଦେବା ପୂର୍ବରୁ ବାଲେଶ୍ୱର ଆଇନଶୃଙ୍ଖଳା ପରିସ୍ଥିତି ପ୍ରୟତଃ ଭୁସୁଡି ପଡିଥିଲା।ବାଲି ମାଫିଆ,ମଦ ମାଫିଆ,ପଥର ମାଫିଆ,ଗୋରୁ ମାଫିଆ,ନିଶା କାରବାର,ଚୋରି,ଲୁଟ,ହତ୍ୟା ଆଦି ଅପରାଧି ଓ ଅପରାଧିଙ୍କ ଦୈ।ରାତ୍ମ୍ୟରେ ବାଲେଶ୍ୱର ସହରବାସୀ ସବୁବେଳେ ଅସୁରକ୍ଷିତ ମଣୁଥିଲେ।ଅବଶ୍ୟ ଅପରାଧିମାନଙ୍କ ସହ କିଛି ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ସହଯୋଗ ରହିଥିଲା।ସାଗରୀକା ନାଥ ଅପରାଧୀ ମାନଙ୍କ ପାଇଁ ଯେତିକି ଶକ୍ତ ଥିଲେ ସାଧାରଣ ଜନତା ଓ ତାଙ୍କର ସହଯୋଗୀ ମାନଙ୍କ ପାଇଁ ସେତିକି ଦରଦି ଥିଲେ।ସାଗରିକା ନାଥ ବାଲେଶ୍ୱରରେ ଏସପି ଭାବରେ ଯୋଗ ଦେବା ପରେ ଅପରାଧୀ ମାନଙ୍କୁ କୈ।ଣସି ପ୍ରଶ୍ରୟ ନଦେବାକୁ ତାଙ୍କର ସହକର୍ମୀ ମାନଙ୍କୁ ପରାମର୍ଶ ଥିଲା ଅପରାଧୀ ମାନଙ୍କ ବିରୁଦ୍ଧରେ ତାଙ୍କର ପ୍ରଥମ ପଦକ୍ଷେପ।ସାଗରିକା ନାଥ ଯୋଗ ଦେବା ସମୟରେ ବ୍ରାଉନ ସୁଗର,ବାଲି, ପଥର, ଗୋଚାଲାଣ, ହତ୍ୟା,ଲୁଟ ଆଦି ଅପରାଧ ସହିତ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଚରମସୀମାରେ ପହଞ୍ଚି ଥିଲା।ବାଲେଶ୍ୱରକୁ ଏକ ଆଶିର୍ବାଦ ସ୍ୱରୂପ ଆସିଥିଲେ ସାଗରିକା।ନିଜର ଅନୁଭୁତି ଓ ଜ୍ଞାନ ପ୍ରୟୋଗ କରି ଖୁବଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ସମର୍ଥ ହେଉଥିଲେ।ନିଜେ ଏକୁଟିଆ ରାତିରେ ବାଲେଶ୍ୱର ସହରରେ ପେଟ୍ରୋଲିଂ କରୁଥିବା ଏହି ଦବଙ୍ଗ ପୋଲିସ ଅଧିକାରୀ ଅପରାଧୀ ମାନଙ୍କ ପାଇଁ ଟେରର୍ ସାଜିଥିଲେ।ଏହି ସମୟରେ ବାଲିମାଫିଆ ମାନେ ବାଲେଶ୍ୱର ଡେପୁଟି କଲେକ୍ଟରଙ୍କୁ ଆକ୍ରମଣ କରିଥିଲେ।ସେହି ଦିନ ଠାରୁ ସାଗରିକାଙ୍କ କଠୋର ରୂପ ଦେଖିଲେ ଅପରାଧୀ।ଡେପୁଟି କଲେକ୍ଟର ଙ୍କୁ ଆକ୍ରମଣ ପରେ ଅପରେସନ ସ୍ୟାଣ୍ଡ ଷ୍ଟର୍ମ ନାଁରେ ଆକ୍ସନ ମୁଡରେ ଏହି ମହିଳା ଅଧିକାରୀ ଆସି ଦୃଢ ହସ୍ତରେ ବାଲି ମାଫିଆମାନଙ୍କୁ ଦମନ କରିଥିଲେ।ବେଆଇନ ଇଟାଭାଟି ଗୁଡିକୁ ମଧ୍ୟ ଦୃଢତାର ସହ ଭାଙ୍ଗି ସେହି କାରବାରରେ ରୋକ ଲଗାଇଥିଲେ। ତାପରେ ବ୍ରାଉନ ସୁଗର ବେପାରିଙ୍କ ପାଳି ପଡିଥିଲା।ବ୍ରାଉନ ସୁଗର କଳା କାରବାରର ପେଣ୍ଠସ୍ଥଳୀ ପାଲଟି ଥିବା ଜଳେଶ୍ୱର ଅଞ୍ଚଳ ଉପରେ ଘନଘନ ଚଢାଉ କରି କୁଖ୍ୟାତ ନିଶା ଅପରାଧୀଙ୍କୁ ଗିରଫ କରିଥିଲେ।ବହୁ କୁଖ୍ୟାତ ନିଶା ବେପାରୀଙ୍କୁ ଗିରଫ କରି ଆଇନର ଚାରିକାନ୍ଥ ଭିତରକୁ ପଠେଇ ଦେଇଥିଲେ।ବେଆଇନ ଗୋରୁ ଚାଲାଣ କାରବାର ଉପରେ ସାଗରିକାଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଫଳରେ ଏହା ପ୍ରାୟତଃ ବନ୍ଦ ହୋଇଯାଇଛି।ବହୁ ବଡ ବଡ ଅପରାଧୀ ସାଗରିକାଙ୍କ ସମୟରେ ଛତ୍ରଭଙ୍ଗ ଦେଇଥିଲା ବେଳେ ବହୁ ଅପରାଧୀ ବର୍ତ୍ତମାନ ନ୍ୟାୟୀକ ହିରାସତରେ ରହିଥିବା ସୂଚନା।ସାଗରୀକା ନାଥଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ପ୍ରାୟତଃ ଅପରାଧୀ ମାନେ ନିପାତ ହୋଇଯାଇଛନ୍ତି ବାଲେଶ୍ୱରରେ। ସାଗରିକାଙ୍କ ପାଇଁ ଆଜି ବାଲେଶ୍ୱରବାସି ଶାନ୍ତିରେ ନିଶ୍ଵାସ ନେଇ ପାରୁଛନ୍ତି।ସାଗରିକା ନାଥଙ୍କ ବାଲେଶ୍ୱର କାର୍ଯ୍ୟକାଳ ଭିତରେ ଏକ ଉଲ୍ଲେଖନୀୟ ଘଟଣା ଥିଲା ବାହାନଗା ରେଳ ଦୁର୍ଘଟଣା।ଘଟଣା ସମ୍ପର୍କରେ ସ୍ଥାନୀୟ ଆଇଆଇସିଙ୍କ ଠାରୁ ଖବର ପାଇ ଆଖ ପାଖ ଥାନାଗୁଡିକୁ ଖବର ଦେଇ ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ ଏହି ଦବଙ୍ଗ ଅଧିକାରୀ।ସଂଗେ ସଂଗେ ନିଜ ପୋଲିସ ବାହିନୀକୁ ଉଦ୍ଧାର କାର୍ଯ୍ୟପାଇଁ ନିର୍ଦ୍ଦେଶ ଦେଇ ନିଜେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ ସାଗରିକା।ଏଭଳି ମର୍ମନ୍ତୁତ ରେଳ ଦୁର୍ଘଟଣାରେ ଦିନ ରାତି ଘଟଣା ସ୍ଥଳରେ ଉପସ୍ଥିତ ରହି ସମସ୍ତ ଉଦ୍ଧାର କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ ସାଗରିକା।ଯାହାବି ହେଉ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ସାଗରିକା ନାଥଙ୍କୁ ବାଲେଶ୍ୱରବାସୀ ନିଶ୍ଚିତ ରୂପେ ମନେ ରଖିବେ।ତାଙ୍କ ପାଇଁ ଆଜି ବାଲେଶ୍ୱର ଏକ ଶାନ୍ତ ସହରରେ ପରିଣତ ହୋଇ ପାରିଛି।

 

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ

You may have missed