April 28, 2026

ଭାରତୀୟ ଜନତା ପାର୍ଟିରେ ସଦସ୍ୟତା ଗ୍ରହଣ କରିଲେ ଶ୍ରୀମନ୍ଦିର ସେବାୟତ ପରିବାର l

IMG-20241005-WA0011
Share

ଗତକାଲି ସନ୍ଧ୍ୟାରେ ଗାଣ୍ଡୁଆଚଉରା ଛକ ବିଷ୍ଣୁଭବନ ସଭାଗୃହରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ସଦସ୍ୟ ମଧୁସୂଦନ ସିଂହାରୀଙ୍କ ତତ୍ୱାବଧାନ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀଜିଲ୍ଲା ସଭାପତି ତଥା ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସହିତ ପାର୍ଟିର ବରିଷ୍ଠ ନେତୃବୃନ୍ଦ ମଞ୍ଚାସିନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରୀମନ୍ଦିର ସେବାୟତ ମାନଙ୍କ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରି ଶ୍ରୀମନ୍ଦିର ସେବାୟତ ମାନଙ୍କ ସଦସ୍ୟତା ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶତାଧିକ ସେବାୟତ ସମ୍ପ୍ରଦାୟ ପରିବାର ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed