October 5, 2024

ବିଭିନ୍ନ ଦାବି ନେଇ ରାମନାଗୁଡା ବ୍ଲକ ଜନ ସୁରକ୍ଷା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ..

Share

 

ରାମନାଗୁଡା( ସଞ୍ଜୀବ କୁମାର ଦାଶ) ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁରକ୍ଷା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଅଛି।ରାମନାଗୁଡାବ୍ଲକ ସୁରକ୍ଷା ମଞ୍ଚର ଆବାହକ ଲକ୍ଷ୍ମୀ ନାରାୟଣ ନନ୍ଦଙ୍କ ନେତୃତ୍ବରେ ରାମନାଗୁଡା ହନୁମାନ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ସ୍ଥାନୀୟ ଟାଟା ପାୱାର ବିଦ୍ୟୁତ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ବିଦ୍ୟୁତବିଭାଗର ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ରାୟଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ବିଦ୍ୟୁତ ବିଭାଗ ଦ୍ବାରା ସ୍ଥାନୀୟ ଲୋକେ ଅଘୋଷିତ ବିଦ୍ୟୁତ କାଟ୍ କୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ନୂତନ ଡିଜିଟାଲ ମିଟର ଲୋକଙ୍କୁ ଆର୍ଥିକ ଶୋଷଣ କରାଯାଉଥିବା ସହ ବିଦ୍ୟୁତସେବା ବ୍ୟାହତ ହେଲେ ଟୋଲ ଫି ନମ୍ବର ଜଣାଇବାକୁ କହୁଥିବା ସହ ଭିଜିଲାନ୍ସ ଚଢ଼ାଉ ନାମରେ ଲୋକଙ୍କୁ ହଜାର ହଜାର ଟଙ୍କାର ଫାଇନ ଆଦାୟ କରାଯାଉଥିବାସହ ଲୋକଙ୍କୁ ଉତ୍ତମ ବ୍ୟବହାର ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟକେହି କର୍ଣ୍ଣପାତ କରୁନଥିବା ସହ ଅଭିଯୋଗ କରିଛନ୍ତିି। ସେହିପରି ଡାକ୍ତରଖାନାରେ ଡାକ୍ତର ରୋଗୀ ନଛୁଇଁବା ମନଇଚ୍ଛା ବାହାର ମେଡିସିନ ଲେଖିବା ଓ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ନାମରେ ବାହରକୁ ସ୍ଥାନାନ୍ତରିତ କରିବାକୁ ନେଇ ସେମାନେ ବିରୋଧ କରିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି। ସେହିପରି ତହସିଲ କାର୍ଯ୍ୟାଳୟରେ ଅଫିସରଙ୍କ ମନମୁଖୀ ଶାସନ ସହ ଡିମାରକେସନ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବା ସହ ଘରବାଡ଼ି ପଟ୍ଟା ଟିକିଏ ପାଇଁ ଆପ୍ଲାଏ କଲେ ମଧ୍ୟ ୩ଥର ଲେଖାଏଁ କେନେସଲ୍ କରିବା, ଆଡିସନାଲ ତହସିଲଦାର ଗୟା ଡମ୍ବରୁଧର ବେହେରାଙ୍କ ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଗୋଗୁପାଡୁ ଆର ଆଇ ଗିରିଧର ସାହୁଙ୍କର ଟଙ୍କା ପ୍ରତି ମୋହ ବିନା ଟଙ୍କାରେ କୈାଣସି କାର୍ଯ୍ୟ ନକରିବା କୈାଣସି କାର୍ଯ୍ୟରେ କୁଆରି ପକାଇ ଆଇନ୍ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ସେହିପରି ରାମନାଗୁଡା ବ୍ଲକରେ ବର୍ଷାର ଅଭାବ କାରଣରୁ ବ୍ଲକ୍ କୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା,ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା,ବିଜୁଳି ବିଭାଗ ଦୈରାତ୍ମ୍ୟ କମିବା ଓ ସ୍ମାର୍ଟ ମିଟର ତୁରନ୍ତ ବଦଳାଇବା, ଆଡିସନାଲ ତହସିଲଦାର ଗୟା ଡମ୍ବରୁଧର ବେହେରା ଓ ଗୋଗୁପାଡୁ ଆର ଆଇ ଗୟା ଡମ୍ବରୁଧର ବେହେରାଙ୍କ କାର୍ଯ୍ୟାକଳାପକୁ ନେଇ ତୁରନ୍ତ ବ୍ଲକ ରୁ ବଦଳି କରିବା, ମେଡିକାଲରେ ଡାକ୍ତର ରୋଗୀଙ୍କୁ ନିଜେ ସେବା କରିବା ସହ ସରକାରୀ ଔଷଧ ପ୍ରଦାନ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପୃଥକ ପୃଥକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ପ୍ରଦାନ କରାଯାଇଛି। ଏଥିରେ ରାମନାଗୁଡା ବ୍ଲକ ଜନ ସୁରକ୍ଷା ମଞ୍ଚ ଆବାହକ ଲକ୍ଷ୍ମୀ ନାରାୟଣ ନନ୍ଦ,ବୁନା ମହାପାତ୍ର, ପ୍ରମୋଦ ପ୍ରାଣୀଗ୍ରାହୀ,ସାନିଆ ଶବର, ଶୁକଦେବ ଶବର,ସୁଦର୍ଶନ କୁମ୍ଭିରିକା,ଚିକାଟି ଏପ୍ରିକା, ଜୟକୃଷ୍ଣ କଣ୍ଡାଗରୀ ପ୍ରମୁଖ ଉପସ୍ଥିତ ଥିଲେ। ରାମନାଗୁଡା ପୋଲିସ ଏଥିରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।