August 26, 2026

ବୁର୍ଲା ଭିଏମସାର୍‌ କାମଚଳା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କୁ ବିରୋଧ, ବାତିଲ ନହେଲେ ଆନ୍ଦୋଳନ ଚେତାବନୀ 

IMG-20241005-WA0005
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ବୁର୍ଲା ଭୀମସାର ସ୍ୱାଧୀନତାକୁ ଜଳାଂଜଳି ଦେଇ ଆସୁଛି।ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସ୍ବୟଂଶାସିତ ଅନୁଷ୍ଠାନର ବିଭିନ୍ନ ପୋଷ୍ଟ ପାଇଁ ‘ଓପିଏସ୍‌ସି’ ଚୟନ କରୁ ବୋଲି ଭୀମସାର ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ଯାହାର କିଛି ବୈଧତା ନାହିଁ। ଏଭଳି ଚିଠିକୁ ନେଇ ବର୍ତ୍ତମାନ ବିରୋଧ ଭାସ ସୃଷ୍ଟି ହୋଇଛି।

 

ଅତୀତରେ ଭିଏସ୍‌ଏସ୍‌ଇମ୍‌ସାର୍‌ ର ସ୍ବୟଂଶାସନକୁ ସଂକୁଚିତ କରିବାର ଉଦ୍ୟମକୁ ଲୋକେ ପ୍ରତିହତ କରିଛନ୍ତି। ବହୁ ଜନ ଆନ୍ଦୋଳନର ଫଳ ସ୍ବରୂପ ସ୍ବୟଂଶାସନ ଯୋଗୁଁ ପୂର୍ବରୁ ଚାଲିଆସିଥିବା ‘ଫେରାରୀ ଡାକ୍ତର’ ଓ ‘ଏବ୍‌ସେଣ୍ଟି ଡାକ୍ତର’ ଙ୍କ ସମସ୍ୟା ଅନେକାଂଶରେ ଦୂର ହୋଇଥିଲା । ବର୍ତ୍ତମାନର ଆବଶ୍ୟକତା ହେଉଛି ଏହି କେଡ଼ର୍‌ରେ ଥିବା ଡାକ୍ତରଙ୍କ ପଦୋନ୍ନତି ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବା ଉଚିତ୍‌। ଭିଏସ୍‌ଏସ୍‌ଇମ୍‌ସାର୍‌କୁ ‘କର୍ପସ୍‌ ଫଣ୍ଡ’ ଦେବା ଉଚିତ୍‌। ଏହାର କାର୍ଯ୍ୟକାରୀ ପରିଷଦର ସଭ୍ୟମାନଙ୍କ କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ନୂଆ ସଭ୍ୟଙ୍କୁ ମନୋନିତ କରାଯାଇନାହିଁ। ଏପରି ଅବସ୍ଥାରେ କାର୍ଯ୍ୟକାରୀ ପରିଷଦର ବିନା ଅନୁମୋଦନରେ କାମଚଳା ନିର୍ଦ୍ଦେଶକ ଏହି ଅନୁଷ୍ଠାନର କୌଣସି ପଦପଦବୀରେ ନିଯୁକ୍ତି ପାଇଁ ରାଜ୍ଯ ସରକାରଙ୍କୁ ପତ୍ର ଲେଖିବା ତାଙ୍କ ଅପାରଗତାକୁ ସୂଚାଉଛି ବୋଲି ଗୁରୁତର ଅଭିଯୋଗ ଆସିଛି । ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡା.ଅଶ୍ବିନୀ ପୂଜାହାରୀ ତାଙ୍କ ସମୟରେ ଏହି ଅନୁଷ୍ଠାନର ପିଅନରୁ ପ୍ରଫେସର ପର୍ଯ୍ୟନ୍ତ ସବୁ ପଦପଦବୀ ପାଇଁ ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ କାହିଁକି ସେପରି କରାଯାଇପାରିବ ନାହିଁ ବୋଲି ପ୍ରଶ୍ନ ଉଠିଛି।ଭିଏସ୍‌ଏସ୍‌ଇମ୍‌ସାର୍‌ର କୌଣସି ନିଯୁକ୍ତି ପୁଣି ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଦେବା ଅର୍ଥ ଏହାର ସ୍ବୟଂଶାସନ ବ୍ୟବସ୍ଥାକୁ କ୍ଷୁର୍ଣ କରିବା ହେଉଛି ଏକ କୁଚକ୍ରାନ୍ତ ବୋଲି କେତେକ ବୁଦ୍ଧିଜୀବୀ ମତ ରଖିଛନ୍ତି। ସେମାନେ କହିଛନ୍ତି ଏହାକୁ କେବେ ଅଂଚଳବାସୀ ସହ୍ୟ କରିବେ ନାହିଁ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଜଣାଇ ଦିଆଯାଉଛିଯେ ଏହି ଦିଗରେ ଭିଏସ୍‌ଏସ୍‌ଇମ୍‌ସାର୍‌ ର କୌଣସି ନିଯୁକ୍ତି ପାଇଁ ନିର୍ଦ୍ଧେଶକ ଦେଇଥିବା ଅବୈଧ ଅନୁରୋଧ ପତ୍ରକୁ ଅଗ୍ରାହ୍ୟ କରାଯାଉ।ନଚେତ୍‌ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ମିଶନ ଭୀମସାର ର ଭକ୍ତପ୍ରସାଦ ନନ୍ଦ,

ଡଃ.ସପନ ମିଶ୍ର,ସଦାନନ୍ଦ ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ଚେତାବନୀ ଶୁଣାଇଛନ୍ତି।

You may have missed