April 27, 2026

ଶାରଳା ମନ୍ଦିରର ଘିଅ ଯାଞ୍ଚ ପ୍ରକ୍ରିୟା ଆରମ୍ଭ….।   

IMG-20241005-WA0003
Share

 

ତା ୪/୧୦/୨୦୨୪ ତିର୍ତୋଲ

,

ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ ରେ ଶାରଦୀୟ ପାର୍ବଣ ପୂଜା ଚାଲିଥିବାବେଳେ , ଶୁକ୍ରବାର ପୂର୍ବାହ୍ନରେ, ସର୍ବସାଧାରଣଙ୍କ ପାଇଁ ମାଆଙ୍କ ମଣ୍ଡାପିଠା ଭୋଗ ପ୍ରସ୍ତୁତ ହେଉଥିବାବେଳେ, ଏଥିରେ ବ୍ୟବହୃତ ହେଉଥିଲା ଓମ୍ଫେଡ୍ ଘିଅ ନିମ୍ନ ମାନର ହେଉଥିବା ଅଭିଯୋଗ ଆସିଥିଲା। ଖବର ପାଇ ଜଗତସିଂହପୁର ଜିଲ୍ଲା ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଜେନା, ସଙ୍ଗେ ସଙ୍ଗେ ଏଡିଏମ୍ ଙ୍କୁ ଜଣାଇବା ସହିତ ଫୁଡ ଇନ୍ସପେକ୍ଟର ସସ୍ମିତା ଦାସ ଙ୍କୁ ଏହି ଘିଅ ର ଯାଞ୍ଚ ପାଇଁ ଖବର ଦେଇଥିଲେ। ତାଙ୍କ ନେତୃତ୍ଵରେ ଏକ ଚାରି ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି, ଦୁଇପ୍ରକାରର ଘିଅ ର ସାମ୍ପୂଲ୍ ନେଇ, ପରୀକ୍ଷା ନିରୀକ୍ଷା କରୁଥିବା ବେଳେ, ନୂଆପଡ଼ା ଓମଫେଡ ପ୍ଲାଣ୍ଟ ରୁ ସାରଳା ମନ୍ଦିର କୁ ଆସିଥିବା ଘିଅ ଟିନଣ ଉପରେ, ଆମଦାନୀ ଓ ଅବଧି ର ଶେଷ ସମୟ ତାରିଖ ଉଲ୍ଲେଖ ନଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ମାଆଙ୍କ ପଣ୍ଡା ସେବକ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ କିଛି ସମୟ ପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି। ସୂଚନା ଯୋଗ୍ୟ ବହୁ ବର୍ଷ ପୁର୍ବରୁ ସାରଳା ମନ୍ଦିରରେ ବିଶୁଦ୍ଧ ଗାଈଘିଅ ରେ ନୀତିକାନ୍ତି କରାଯାଉଥିଲା ମାତ୍ର ଏହାର ଶଙ୍କଟ ଦେଖାଯିବାରୁ, ମନ୍ଦିର ପ୍ରଶାସନ ତରଫରୁ, ସରକାରୀ ଓମ୍ଫେଡ ଘିଅ ର ବ୍ୟବହାର କରିବା ପାଇଁ, ନିଷ୍ପତି ନିଆଯାଇଥିଲା। ସେହିଦିନ ଠାରୁ ଓମ୍ ଫେଡ ଘିଅ ର ପ୍ରଚଳନ କରାଯାଉଥିଲେ ମଧ୍ୟ କେବେ ବି ଏହାର ଶୁଦ୍ଧତା ଠିକ୍ ଅଛି କି ନାହିଁ, ତାହାର ଅନୁଧ୍ୟାନ ବା ସଠିକ ଭାବେ ଯାଞ୍ଚ କରାଯାଉନଥିଲା। ତେଣୁ ପ୍ରଶାସନ ର ଉପର ଠାଉରିଆ ଓ ବେପରୁଆ କାର୍ଯ୍ୟକଳାପକୁ ସାଧାରଣରେ ନାପସନ୍ଦ କରଯାଇଛି।

 

:- ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ,, ନିୟୁଜ ଉପାନ୍ତ ଖବର….