April 29, 2026

ବିଜେଡି ଦଳ ପକ୍ଷରୁ ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ..

IMG-20241004-WA0023
Share

ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା ବ୍ଲକ ରେ ଚଳିତ ମାସ ୨୩ ତାରିଖ ଦିନ ହେବାକୁ ଥିବା ପଦଯାତ୍ରା ନିମନ୍ତେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ସଭାପତିତ୍ବ କରିଥିଲେ। ଆଜିର ପ୍ରସ୍ତୁତି ବୈଠକ ରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମଧ୍ୟ ଉପସ୍ଥିତ ଥିଲେ। ଆଜିର ବୈଠକରେ ମୋହନା ଅଞ୍ଚଳର ମହିଳା ବିଜେଡି ସଭାପତି ଙ୍କ ସମେତ ଯୁବ, ଛାତ୍ର ନେତାଙ୍କ ସହ ବରିଷ୍ଟ ବିଜେଡି କର୍ମୀ, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଙ୍କ ସମେତ ବିଭିନ୍ନ ବର୍ଗର ନେତା ମଧ୍ୟ ଉପସ୍ଥିତ ରହି ପଦଯାତ୍ରା କୁ ସଫଳ କରିବା ନିମନ୍ତେ ଆଲୋଚନା କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ପ୍ରାୟ ପଞ୍ଚ ଶହ ରୁ ଅଧିକା ନେତା ଓ କର୍ମୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।