June 16, 2026

ହୀରାକୁଦ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଅନ୍ତର୍ଜାତିୟ ବୟୋଜ୍ୟେଷ୍ଠ ଦିବସ ପାଳିତ 

IMG-20241004-WA0026
Share

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ହୀରାକୁଦ ତରଫରୁ ଆଜି ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ଦିବସ ସ୍ଥାନୀୟ ଏନଏ ସି ଅଫିସ ଭିତରେ ଥିବା ଵୃଦ୍ଧାଶ୍ରମ ଠାରେ ପାଳିତ ହୋଇ ଯାଇଛି l ଡାକ୍ତର ଅନମୋଲ ମିଂଜ଼ ଓ ଡାକ୍ତର ଆଶିଷ କୁମାର ମିନା ତତ୍ୱାବଧାନ ରେ ଡାକ୍ତରଖାନା ର ଏକ ମେଡିକାଲ ଦଳ ପହଂଚି ଵୃଦ୍ଧ ବୃଦ୍ଧା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ରେ ଔଷଧ ବଣ୍ଟନ କରାଯାଇଥିଲା lଫିଜିଓଥେରାପି ,ଯୋଗ ଶିକ୍ଷା ପ୍ରଦାନ କରାଯିବା ସହିତ ବିଭିର୍ନ ରକ୍ତ ପରୀକ୍ଷା କରାଯାଇଥିଲା l ଅନ୍ତେବାସୀ ମାନଙ୍କୁ ଅଣ୍ଡା ,କଦଳୀ ,କ୍ଷୀର ,ବ୍ରେଡ ପ୍ରଭୁତି ବଣ୍ଟନ କରାଯାଇ ଥିଲା lଯେକୌଣସି ସମୟରେ ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହେଲେ ତୁରନ୍ତ ତକ୍ତରଖାନା ବା ଆଶା ଦିଦି କୁ ଜଣାଇବା କୁ କୁହାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ପିଏଚଏମ ଦିଲୀପ କୁମାର ନନ୍ଦ ,ସୁଦୀପ୍ତ ନାୟକ ,ବିକାଶ ବିଶ୍ୱାଳ ,ସ୍ମିତାମୁଦ୍ରା ବେହେରା ,ମାର୍ଗେଟ ମାଳିକା କୁମାର ,ଜ୍ୟୋତି ଗୁଡ଼ିଆ ପ୍ରଭୁତି ସହଯୋଗ କରିଥିଲେ l

You may have missed