October 5, 2024

ଗୋଲିଆ ଗାଁରେ ଶ୍ଯାମାକାଳୀ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ

Share

ବୁଗୁଡା : ତା ୦୪/୧୦/୨୪ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମରେ ପବିତ୍ର ଦୀପାବଳି ଉତ୍ସବ ଅବସରରେ ମା ଶ୍ଯାମାକାଳୀଙ୍କ ପୂଜା ଉପଲକ୍ଷେ ତେଲୁଗୁ ସାହି ଅସ୍ଥାୟୀ ପୂଜା ମଣ୍ଡପଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲଙ୍ଗଳେଶ୍ୱର ପାଠାଗାର ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଶଶାଙ୍କ ଭୂଷଣ ହୋତା ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ପାଠାଗାର ସଭାପତି ଶିବ ଶଙ୍କର ମହାପାତ୍ର କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପବିତ୍ର ପ୍ରଧାନଙ୍କ ସମେତ ଅନ୍ଯ ସଦସ୍ୟଗଣ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।