November 26, 2024

ଗାନ୍ଧୀ ଜୟନ୍ତୀରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନ ପାଇଁ ରୂପରେଖ ପ୍ରସ୍ତୁତି।

Share

ବରଗଡ଼/ପଦ୍ମପୁର: (ଜୟନ୍ତ କୁମାର ସେଠ)୦୨/୧୦:- ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପ୍ରାଚୀନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଗାନ୍ଧୀ ସମାଧି ସ୍ଥଳରେ ଆଜି ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ।ଯୁବ ପରିଷଦର ଆବାହକ ଦୁର୍ଯୋଧନ ପୁଟା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥ ସ୍ଥିତ ଗାନ୍ଧୀ ସମାଧି ପୀଠରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳନ କରିଛି।ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୋଷତ୍ତମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ସମାଧି ପୀଠ ଓ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସଂଗ୍ରାମୀ ଗଙ୍ଗାଧର ସାହୁଙ୍କ ଦ୍ଵାରା ରାମଧୁନି ଗାନ ପରେ ସଂଗ୍ରାମୀ ପୂର୍ବତନ ଆବାହକ ତଥା ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି, ପୂର୍ବତନ ଆବାହକ ରାହାସ ବିହାରୀ ସାହୁ, ସୁରେଶ ପ୍ରଧାନ,ଶୁକ୍ରୁ ସାହୁ,ଡୋଲାମଣି ପାଣ୍ଡେ,ବିନୋଦ ସେଠ୍,ମାନସୀ ପାଣ୍ଡେ, ନଟବର ପ୍ରଧାନ,ସାମ୍ବାଦିକ କୁଞ୍ଜ ବିହାରି ସାହୁ ଓ ନିରୋଜ ପାଣି ପ୍ରମୁଖ ଯୋଗ ଦେଇ ଗାନ୍ଧୀ ବିଚାରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ହୋଇ ସଫଳତା ହାସଲ କରିଥିବା କାରଣରୁ ଅଞ୍ଚଳ ପାଇଁ ଚିର ସ୍ମରଣୀୟ ରହିବ ବୋଲି ସଂଗ୍ରାମୀ ମାନେ ମତବ୍ୟକ୍ତ କରିଥିଲେ। ଆଜି ଏ ଅବସରରେ ଯୁବ ପରିଷଦ ଆଗାମୀ ଦିନର ରୂପରେଖ ପ୍ରସ୍ତୁତି କରି ସଂଗ୍ରାମ ଜାରି ରଖିବାକୁ ବିଧିବଦ୍ଧ ନିଷ୍ପତ୍ତି ନେଇଛି। ଏଥିସହ ବର୍ତ୍ତମାନ ଓଡିଶା ସରକାର ଦ୍ଵିତୀୟ ଚିଡ଼ିଆଖାନା ପାଇଁ ପ୍ରସ୍ତାବ ନେଇ ଥିବାରୁ ଗନ୍ଧମାର୍ଦ୍ଦନ ପାହାଡର ପାଦଦେଶର ନୃସିଂହନାଥ ଠାରେ ଚିଡ଼ିଆଖାନା କରିବାକୁ ଦାବୀ କରିଛି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed