ଆମ ବସଷ୍ଟାଣ୍ଡ କମିଟି ଗଠନ ଓ ପରିଦର୍ଶନ…

IMG-20241003-WA0027
Share

 

କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ ଦୋରା ଙ୍କ ପ୍ରକୋଷ୍ଠରେ “ଉପାନ୍ତ ଖବର” ପ୍ରଭାବରେ ଆଜି ଆମ ବସଷ୍ଟାଣ୍ଡ ଯୋଜନାର ବ୍ଲକ ସ୍ତରୀୟ କମିଟି ଗଠନ ହୋଇଯାଇଛି I ଏହି କମିଟି ର ଅଧକ୍ଷ ବିଡ଼ିଓ ଶ୍ରୀ ଦୋରା ରହିଥିବା ବେଳେ ଉପାଧକ୍ଷ ଥାନା ଅଧିକାରୀ ଶ୍ରୀ ପ୍ରମାନନ୍ଦ ସୁନାନୀ ସମ୍ପାଦକ ଈଶ୍ୱର ମହାପାତ୍ର ଏବଂ ସଭ୍ୟ ଭାବରେ ଜିପିଇଓ ସଂଧାଂଶୁ ରଥ.,ଶ୍ରୀ ପ୍ରମୋଦ କୁମାରୀ ପାଢ଼ୀ ନିର୍ବାହୀ ଅଧିକାରୀ ଏବଂ ଝୁନୁକୀ ପୂଜାରୀ ରହିଛନ୍ତି।ଏକ ବର୍ଷ ରୁ ଉର୍ଦ୍ଧ ହେବ ଓଏସଆରଟିସି ଏବଂ ଏନଏସି ର ମନମାନି ଯୋଗୁଁ ଷ୍ଟଲ ବଣ୍ଟନ ଆଜି ପର୍ଯ୍ୟନ୍ତ ସମସ୍ତ ଷ୍ଟଲ ଖୋଲା ଯାଇ ନ ପାରି ତାଲା ଝୁଲୁଛି। ଜନସାଧାରଣ ଙ୍କ ଟିକସ ଟଙ୍କା କୁ ସରକାରୀ ବାବୁ ଓ ନେତା କିପରି ଖାମଖିଆଲି ରେ ଯାହାକୁ ଇଚ୍ଛା ତାକୁ ବିନା ଭଡା ଓ ବିନା ଟେଣ୍ଡର ରେ ଦେଇଦେଉଛନ୍ତି।
ବସଷ୍ଟାଣ୍ଡ ଭିତରେ ଆଧାର କେନ୍ଦ୍ର ଚିଲିଛି ମନ ଇଚ୍ଛା ଖୋଲୁଛି ଚଢା ଦରରେ ଲୋକଙ୍କୁ ବହୁ ହଇରାଣ କରୁଛି କାହାରି ନଜର ନାହିଁ।ଆଧାର ଷ୍ଟଲ କେତେ ଭଡା ଦେଉଛି ପାନ ଦୋକାନ ଭଡା କେତେ ଦେଉଛି ଟିକଟ କାଉଣ୍ଟର ଷ୍ଟଲ କେତେ ଭଡା ଦେଉଛି ଏକ ଉଚ୍ଚ ସ୍ତରିୟ ତଦନ୍ତ କଲେ ରହସ୍ୟ ଲୋକ ଲୋଚନକୁ ଆସିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି I ଅନ୍ୟ ମାନଙ୍କ ମଧ୍ୟରେ ଓଏସଆରଟିସି ପକ୍ଷରୁ ଡ଼ିଟିଏମ ଶ୍ରୀନିବାସ ପାଣିଗ୍ରାହି, ଈଶ୍ୱର ମହାପାତ୍ର, ଗୋପୀ ମାଝୀ, ଏଏସଆଇ ଶ୍ରୀମତୀ ଚନ୍ଦ୍ର ପ୍ରଭା ମହାନ୍ତି ବୈଠକ ରେ ଉପସ୍ଥିତ ଥିଲେ। କମିଟି ଗଠନ ପରେ
ବସଷ୍ଟାଣ୍ଡ ସହ ଷ୍ଟଲ ଗୁଡିକ
ସଦୁପଯୋଗ ହେଉଛି ନା ଦୁରୁପଯୋଗ ହେଉଅଛି ତାହା ଦେଖି ବାକୁ ବାକି ରହିଲା ବୋଲି
ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ନୂତନ କମିଟି ଦ୍ୱାରା ବସଷ୍ଟାଣ୍ଡ ପରିଦର୍ଶନ ହୋଇଥିବାର ଜଣାଯାଇଛି। ଏ ନେଇ ବିଡ଼ିଓ ଙ୍କୁ ଯୋଗାଯୋଗ କରିବାରୁ ଅଳ୍ପ ଦିନ ମଧ୍ୟରେ
ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ସହ ଷ୍ଟଲ ବଣ୍ଟନ ହେବ ବୋଲି ସୂଚନା ଦେଇ ଥିବାର ଜଣାଯାଇଛି।
(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)