ପୁଲଗୁମି ବନ ଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଆରମ୍ଭ 

IMG-20241003-WA0031
Share

 

 

କାଶୀନଗର ( ରାଧାନାଥ ଚୌଧୁରୀ )

 

କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ନିକଟରେ ଥିବା ପୁଳାଗୁମି ବନ ଦୁର୍ଗା ମନ୍ଦିର ଠାରେ ମା ଦୁର୍ଗା ଙ୍କ ଶାରଦୀୟ ନବରାତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ଯେ ହେତୁ ଆଜି ପ୍ରଥମ ଦିନ ରେ ମା ଦୁର୍ଗା ଙ୍କ ଆରାଧନା ନିମନ୍ତେ ହୋମ ଯଂଜ୍ଞ କରି ଅନ୍ନ ପ୍ରସାଦ କରା ଯାଇଥିଲା. ମନ୍ଦିର ପୁରୋହିତ ଶ୍ରୀ ଗଣେଶ ଷଡ଼ଙ୍ଗୀଙ୍କ କରକୋମଳରେ ପୂଜା ଅନୁଷ୍ଠିତ ହୋଇଥିଲା. ମନ୍ଦିର ର ମୁଖ୍ୟ ଆୟୋଜକ ବଂଶୀଧର ମାହାଙ୍କୁଡ ଏହି ନଅ ଦିନ ସମସ୍ତ ପୂଜା କାର୍ଯ୍ୟକ୍ରମ କରିବେ. ଆଜି କାଶୀନଗରରୁ ମନ୍ଦିର ସଭ୍ୟ ହୃଷିକେଶ ଗୌଡ଼, ରବୀନ୍ଦ୍ର ମଲ୍ଲିକ, ଆନନ୍ଦ ପାତ୍ର, ସାବିତ୍ରୀ ରାଣୀ ସାହୁ, ଭାଗିରଥି ବେହେରା, କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ.

You may have missed