October 5, 2024

ଲାଞ୍ଜିଗଡ଼ରେ ଶ୍ମଶାନ ସମସ୍ୟା 

Share

 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେ ଅନେକ ସମସ୍ୟା ମଧ୍ୟରୁ ଗୋଟିଏ ମୁଖ୍ୟ ସମସ୍ୟା ଏହି ଯେ, ଏହା ଏକ ଶିଳ୍ପାଞ୍ଚଳ ହୋଇ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ଶ୍ମଶାନଟିଏ ହୋଇପାରିନାହିଁ ଳ ଲୋକେ ବିଭିନ୍ନ ସ୍ଥାନରେ ଏଣେ ତେଣେ ଶବ ସତ୍କାର କରୁଛନ୍ତି l ଏଥିପାଇଁ ଅନେକ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି l ଅନେକ ଲୋକ ଏଥିପାଇଁ ଆପତ୍ତି ଅଭିଯୋଗ କରିଛନ୍ତି l ଗତକାଲି ଲାଞ୍ଜିଗଡ଼ର ଗଜାନନ ଲେଙ୍କାଙ୍କର ମାଆଙ୍କର ମୃତ୍ୟୁ ହେବା ପରେ ଶବ ସତ୍କାର ପାଇଁ ତାଙ୍କୁ ନଦୀ ତଟକୁ ନିଆଯାଇଥିଲା l ଶବ ସତ୍କାର ସ୍ଥାନକୁ ନେଇ ସେଠାରେ ମଧ୍ୟ ବିରୋଧର ସ୍ୱର ଉଠିଥିଲା l ତାଛଡ଼ା ପ୍ରବଳ ବର୍ଷା ଯୋଗୁଁ ଶବ ଦାହ କରିବାରେ ସମସ୍ୟା ଉପୁଜି ଥିଲା l ବହୁ କଷ୍ଟରେ ଶବ ସତ୍କାର କରାଗଲା l ଯଦି ଶ୍ମଶାନ ଗୃହ ଥାଆନ୍ତା, ତାହେଲେ ଏଭଳି ଅସୁବିଧା ହୋଇ ନ ଥାଆନ୍ତା l ଶ୍ମଶାନ ଗୃହ ପାଇଁ ଅନେକ ଥର ବିଡିଓ ଏବଂ ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଇଛି, କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ l ତେଣୁ ଏକ ଶ୍ମଶାନ ଗୃହ ଶୀଘ୍ର ନିର୍ମାଣ ପାଇଁ ଲାଞ୍ଜିଗଡ଼ ବାସୀ ଦାବୀ କରନ୍ତି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଓଡିଶା