November 26, 2024

ବିଶ୍ୱ ସ୍ବେଛାକୃତ ରକ୍ତ ଦାନ ଦିବସ ଅବସରରେ ଅଗ୍ରଣୀ ସାମାଜିଜ ଅନୁଷ୍ଠାନ “ଆପଣଙ୍କ ସେବାରେ”ଓ ଓଡିଶା ରକ୍ତ କେନ୍ଦ୍ର..

Share

        ପୁରୀ :- ବିଶ୍ୱ ସ୍ବେଛାକୃତ ରକ୍ତ ଦାନ ଦିବସ ଅବସରରେ ଅଗ୍ରଣୀ ସାମାଜିଜ ଅନୁଷ୍ଠାନ “ଆପଣଙ୍କ ସେବାରେ”ଓ ଓଡିଶା ରକ୍ତ କେନ୍ଦ୍ର, ପୁରୀ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ସଦଭାବନା ଗୃହରେ ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇଅଛି l ରକ୍ତଦାନ ମହତ ଦାନ ଏହି ମର୍ମ କୁ ଉପଲବ୍ଧି କରି ଅନୁଷ୍ଠାନ ର ସଦସ୍ୟ ଓ ସହଯୋଗୀ ମାନେ ରକ୍ତଦାନ କରିଥିଲେ ଏଥିରେ ମୋଟ 96 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଶିବିର ରେ ବିଶେଷ କରି ଯୁବ ଗୋଷ୍ଠୀ ଅତି ଆଗ୍ରହ ର ସହ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ l ପ୍ରାରମ୍ଭରେ ପୁରୀ ସାଦରମାହକୁମା ଚିକିତ୍ସାଳୟ ର CDMO ଶ୍ରୀଯୁକ୍ତ ରୁପଭାନୁ ମିଶ୍ର, Dr. ଦୀପକ ସାହୁ DBO, ପ୍ରୀତିରଞ୍ଜନ ନାୟକ ରକ୍ତ କେନ୍ଦ୍ର କାଉନସିଲର, ବରିଷ୍ଠ ମାର୍ଗଦର୍ଶକ ମନୋଜ ରଥ,ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ, ଉପସଭାପତି ବିଜୟକୃଷ୍ଣ ବ୍ରହ୍ମl, ପୁରୀ ଶାଖା ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ରାଜ୍ୟ ମୁଖପାତ୍ର ଓ ଗଣମାଧ୍ୟମ ପ୍ରଭାରୀ ଜଗଦୀଶ ପ୍ରଧାନ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଦସ୍ୟ / ସଦସ୍ୟା ଯଥା ସୁଦର୍ଶନ ସାହୁ, ରଞ୍ଜେଷ ସାହୁ,ମିତା ବାରିକ, ସତ୍ୟନାରାୟଣ ଜେନା,ଦେବେନ୍ଦ୍ର ମହାରଣା, ଚନ୍ଦନ ବ୍ରହ୍ମl, ସିସେନ ପ୍ରତିହାରୀ,ମଞ୍ଜୁଶ୍ରୀ ଦାଶ, ଅର୍ଜୁନ ବେହେରା, ବିନୋଦ ସେନାପତି ପ୍ରମୁଖ ଓ ରକ୍ତ କେନ୍ଦ୍ର ର କର୍ମଚାରୀ ମାନେ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed